fbpx
BSKY
BJD MC SKY
BJD MS SKY

(Video) ୫୨ ବର୍ଷ ପୂର୍ବରୁ ହୋଇଥିଲା ଆରେଞ୍ଜ ମ୍ୟାରେଜ, ଭାଇରାଲ ହେଉଛି ଏହି ଦମ୍ପତ୍ତିଙ୍କ ଭିଡିଓ

ନୂଆଦିଲ୍ଲୀ: ଜଣେ ବୃଦ୍ଧ ଦମ୍ପତ୍ତିଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି ଦୁଇଜଣଙ୍କ ଯୋଡିକୁ ଖୁବ ପ୍ରଶଂସା କରୁଛନ୍ତି । ଦୁଇଜଣ କହିଛନ୍ତି ଯେ, ଆମ ବିବାହକୁ ୫୨ ବର୍ଷ ହୋଇସାରିଲାଣି ଏବଂ ସେହି ଦୁଇଜଣ ଆରେଞ୍ଜ ମ୍ୟାରେଜ କରିଥିଲେ ।
ଏହି ବୃଦ୍ଧ ଦମ୍ପତ୍ତି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କ ଭିଡିଓକୁ ୧୦ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ପ୍ରାୟ ସମସ୍ତେ ଏହି ଯୋଡିକୁ ପ୍ରଶଂସା କରୁଛନ୍ତି । ଦମ୍ପତ୍ତିଙ୍କ ଏହି ଭିଡିଓ ଦେଖିବା ପରେ ଲୋକମାନଙ୍କ କହିବା ଅନୁଯାୟୀ, ଆଜି ମଧ୍ୟ ସତ ପ୍ରେମ ବଞ୍ଚି ରହିଛି । ସୋସିଆଲ ମିଡିଆରେ କ୍ରିଏଟର ଅଂଶୁ ଏକ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏହି ଦମ୍ପତ୍ତିଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି ।

ଏହି ଦମ୍ପତ୍ତି ଶିମଲାରେ ରହୁଛନ୍ତି । ଅଂଶୁ ଏଥିରେ ସେମାନଙ୍କୁ ପଚାରିଛନ୍ତି ଯେ, ମୁଁ ଆପଣ ଦୁଇଜଣଙ୍କ ଫଟୋ ଉଠାଇ ପାରିବି କି? ଏଥିରେ ଦମ୍ପତ୍ତି ଅଂଶୁଙ୍କୁ ଫଟୋ ଉଠାଇବାର କାରଣ ପଚାରିଛନ୍ତି । ଫଟୋଗ୍ରାଫର କହିଲେ ମୋତେ ଫଟୋ ଉଠାଇକୁ ଭଲ ଲାଗେ । ଆପଣ ଦୁଇଜଣ ଏକ ସହ ଭଲ ଦେଖାଯାଉଛ ତେଣୁ ମୁଁ ଆପଣଙ୍କ ଫଟୋ ଉଠାଇପାରିବି କି? ବୃଦ୍ଧ ମହିଳାଜଣକ କହିଛନ୍ତି ଯେ, ଆପଣ ଏହି ଫଟୋକୁ କେଉଁଠାରେ ପୋଷ୍ଟ କରିବେ । ଅଂଶୁ କହିଛନ୍ତି ଯେ, ମୁଁ ନିଜ ପେଜ clickeranshu ରେ ପୋଷ୍ଟ କରିବି । ଏହାପରେ ସେ କପଲ ଫଟୋ କ୍ଲିକ କରିଛନ୍ତି ।

କଥାବର୍ତ୍ତା ସମୟରେ ଦମ୍ପତ୍ତି କହିଛନ୍ତି ଯେ, ଆମ ବିବାହ ୫୨ ବର୍ଷ ପୂର୍ବରୁ ହୋଇଥିଲା । ମହିଳା କହୁଛନ୍ତି ମୁଁ ଦିଲ୍ଲୀ ଝିଅ ଏବଂ ଇଏ ଶିମଲାର ଅଟନ୍ତି । ବିବାହ ପରେ ମୁଁ ଶିମଲା ପଳାଇ ଆସିଛି । ୫୨ ବର୍ଷ ହେଲାଣି ଆମେ ସାଙ୍ଗ ହୋଇ ରହୁଛୁ । ଏହା ଦେଖି ଅଂଶୁ ପଚାରିଛନ୍ତି, କଣ ଆପଣଙ୍କର ଲଭ୍ ମ୍ୟାରେଜ ହୋଇଥିଲା? ବୃଦ୍ଧ ମହିଳା କହିଛନ୍ତି ଯେ, ଲଭ୍ ମ୍ୟାରେଜ ନୁହେଁ, ଆରେଞ୍ଜ ମ୍ୟାରେଜ ଥିଲା । ଅଂଶୁ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି ଯେ, ‘ଦୁଇଜଣ ବହୁତ କ୍ୟୁଟ ଥିଲେ, ଫଟୋକୁ ଅପେକ୍ଷା କରନ୍ତୁ ।’ ତେବେ ଭାଇରାଲ ହେଉଥିବା ଏହି ପୋଷ୍ଟକୁ ଅନେକ ସଂଖ୍ୟାରେ କମେଣ୍ଟ ଏବଂ ଲାଇକ କରି ଲୋକେ ଏହି ଦମ୍ପତ୍ତିଙ୍କୁ ପ୍ରଶଂସା କରିଛନ୍ତି ।

 

View this post on Instagram

 

A post shared by Anshu (@clickeranshu)

Get real time updates directly on you device, subscribe now.