fbpx

ଘରେ ରହି ମତଦାନ କରିବେ ଭୋଟର, ଏହି ରାଜ୍ୟର ନିର୍ବାଚନ କମିଶନର କରିଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି

Advertisement

ଜୟପୁର: ରାଜସ୍ଥାନରେ ଚଳିତ ବର୍ଷ ଶେଷ ସୁଦ୍ଧା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ସମୀକ୍ଷା କରିଛନ୍ତି । ସେ କହିଛନ୍ତି ରାଜ୍ୟ ନିର୍ବାଚନକମିଶନର ରାଜ୍ୟରେ ସହଜ ଓ ମତଦାନ ପ୍ରତିଶତ ବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେବା ସହିତ ସ୍ୱତନ୍ତ୍ର ଓ ନିଃଷ୍ପକ୍ଷ ନିର୍ବାଚନ ଲାଗି ପ୍ରତିଶ୍ରୁତିବଦ୍ଧ । ସେ କହିଛନ୍ତି କମିଶନର ନିକଟରେ ଲୋକଙ୍କ ଲାଗି ମତଦାନ ଅନିବାର୍ଯ୍ୟ କରିବା ଲାଗି କୌଣସି ପ୍ରସ୍ତାବ ନାହିଁ ।

ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନର କହିଛନ୍ତି ନିର୍ବାଚନ ଲଢୁଥିବା ପ୍ରାର୍ଥୀ ସମ୍ବାଦପତ୍ରର ବିଜ୍ଞାପନ ମାଧ୍ୟମରେ ନିଜ ଅପରାଧିକ ରେକର୍ଡ ବିଷୟରେ ସୂଚନା ଦେବେ । ସେହିପରି ରାଜନୈତିକ ଦଳ ପ୍ରାର୍ଥୀ ଚୟନ ପଛରେ ନିଜର କାରଣ ବି ଦର୍ଶାଇବେ । ସେ କହିଛନ୍ତି ବିଧାନସଭା ନିର୍ବାଚନରେ ପ୍ରଥମ ଥର ଲାଗି ରାଜସ୍ଥାନରେ ବୟସ୍କ ମତଦାତା ଓ ଦିବ୍ୟାଙ୍ଗ ମତଦାତାଙ୍କ ଲାଗି ଘରୁ ଭୋଟ ଦେବାର ବ୍ୟବସ୍ଥା କରାଯିବ ।

ସେ କହିଛନ୍ତି ମତଦାନକୁ ଅନିବାର୍ଯ୍ୟ କରିବା ନେଇ ତାଙ୍କ ପାଖରେ ସେପରି କୌଣସି ପ୍ରସ୍ତାବ ନାହିଁ । ଅନ୍ୟପକ୍ଷରେ ନିର୍ବାଚନ କମିଶନର କେବଳ ମତଦାନ ପ୍ରତିଶତ ବୃଦ୍ଧି ଓ ସହଜ ମତଦାନ କ୍ଷେତ୍ରରେ ପଦକ୍ଷେପ ନେଇପାରିବେ ବୋଲି ସେ କହିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ରାଜସ୍ଥାନରେ ମୋଟ ୫.୨୫ କୋଟି ମତଦାତା ରହିଛନ୍ତି । ଏଠାରେ ୧୦୦ ବର୍ଷରୁ ଅଧିକ ବୟସର ୧୮୦୦୦ ମତଦାତା ରହିଛନ୍ତି ଯେଉଁମାନେ ଏଥର ଘରୁ ରହି ମତଦାନ କରିବେ ।

Get real time updates directly on you device, subscribe now.