ରାଇଘର ବ୍ଲକ 80,65% ମତଦାନ: ଷ୍ଟ୍ରଙ୍ଗ ରୁମ ଆଗରେ ତମ୍ବୁ ଟାଣି ଜଗିଛନ୍ତି ଦଳୀୟ ପ୍ରାର୍ଥି

ରାଇଘର ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜପାରା ଥିବା ଆଇଟିଆଇ ଷ୍ଟଙ୍ଗ ରୁମ୍ ଆଗରେ ତମ୍ବୁ ଟାଣି ଜଗିବା ଦେଖିବାକୁ ମିଳିଛି ସବୁ ଦଳୀୟପାର୍ଥୀଙ୍କୁ । ଗତକାଲି ତ୍ରିସ୍ତରୀୟ ନିର୍ବାଚନ ଶେଷ ହୋଇଥିବା ବେଳେ ରାଇଘର ବ୍ଲକରେ ପାଖା ପାଖି ରାତି 11ଟା ପର୍ଯ୍ୟନ୍ତ ଭୋଟ ବକ୍ସ ଗ୍ରହଣ ଚାଲିଥିବା ଦେଖିବାକୁ ମିଳିଥିଲା ।

ରାଇଘର ବ୍ଲକରେ 26 ଗୋଟି ପଂଚାୟତ ପାଇଁ 92ଟି ୱାର୍ଡ ଭୋଟିଂ ହୋଇଥଲା , 99ହଜାର 3ସହ 5 ଟି ଭୋଟ ହୋଇଥିବା ବେଳେ 50, ହଜାର6ସହ 91 ଜଣ ପୁରୁଷ 48ହଜାର 6ସହ 14 ଜଣ ମହିଳା ଭୋଟର ନିଜ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ଚାରୋଟି ଜିଲ୍ଲା ପରିଷଦ ଆସନ ସକାଶେ 15 ଜଣ ଙ୍କ ପାର୍ଥୀ , 26ଟି ସରପଂଚ ଶକାସେ 93 26 ଟି ସମିତି ମେମ୍ବର ସକାଶେ 82 ଜଣ ପାର୍ଥୀ ଙ୍କ ଭାଗ୍ୟ ଭୋଟ ବକ୍ସ ମଧ୍ୟରେ ସିଲ୍ ହୋଇଥିବା ବେଳେ 26 ତାରିଖ ରୁ ଭୋଟ କାଉଣ୍ଟିଂ ହେବ।

ସେହି ପରି 292 ୱାର୍ଡ ମେମ୍ବର ମଧ୍ୟରୁ 186 ଜଣ ୱାର୍ଡ ମେମ୍ବର ନିନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ଜଣାପଡିଛି। ବିଶେଷତ ରାଇଘର ବ୍ଲକ ରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୋଟ ବକ୍ସ ରହିଥିଲେ ସୁଦ୍ଧା କଡ଼ା ମୁକାବିଲା ହେବାର ଥିବାରୁ ଦଳୀୟ ପାର୍ଥୀ ମାନେ ଟେଣ୍ଟ ମାରି ବସିଥିବା ଦେଖିବାକୁ ମିଳିଛି । ଷ୍ଟ୍ରଙ୍ଗ ରୁମ ଭିତରେ ବାହାର ସିସିଟିଭି ଲଗାଯାଇ, ପୋଲିସ ଜଗିରହିଛନ୍ତି।