fbpx

ଓଡ଼ିଶାରେ ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ବଡ଼ ଖବର, ୧୩ରେ ସବୁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ନିର୍ବାଚନ କମିଶନ

 

ଭୁବନେଶ୍ୱର: ରାଜ୍ୟରେ ଗତ କିଛିଦିନ ହେବ ଆଗୁଆ ନିର୍ବାଚନ ଚର୍ଚ୍ଚା ହେଉଥିବା ବେଳେ ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତୀୟ ନିର୍ବାଚନ କମିଶନ । ଅଧିକାରୀମାନେ ସେପ୍ଟେମ୍ବର ୧୩ ରେ ରାଜ୍ୟ ଗସ୍ତରେ ଆସିବେ ଏବଂ ସମସ୍ତ ଜିଲ୍ଲାର କଲେକ୍ଟରଙ୍କ ସହ ଆଲୋଚନା କରିବେ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

ଏହା ସହିତ ସେ କହିଛନ୍ତି ଯେ, ଓଡିଶା ପ୍ରାଥମିକ ନିର୍ବାଚନର ପ୍ରସ୍ତୁତି ସମିକ୍ଷା କରିବେ ଅଧିକାରୀ । ବର୍ତ୍ତମାନ ସୁଦ୍ଧା “ନଅଟି ଜିଲ୍ଲା ପାଇଁ ଆବଶ୍ୟକ ଇଭିଏମ୍ ଏବଂ ଭିଭିପିଏଟ୍ ଆସି ସାରିଛନ୍ତି । ସମସ୍ତ ଇଭିଏମ୍ ଏବଂ ଭିଭିପିଏଟ୍ ଅକ୍ଟୋବରରେ ଯାଞ୍ଚ କରାଯିବ । ତେବେ ନିର୍ବାଚନ ନେଇ ଏହା ଏକ ସାଧାରଣ ପ୍ରକ୍ରିୟା, ଆଗୁଆ ନିର୍ବାଚନ ସହ ଏହାର କିଛି ସମ୍ପର୍କ ନାହିଁ ବୋଲି ନିକୁଞ୍ଜ ଧଳ କହିଛନ୍ତି ।

Get real time updates directly on you device, subscribe now.