ଲୋକସଭାରେ ପାସ୍ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ ୨୦୨୧ । ସୋମବାର ବିରୋଧ ସତ୍ତେ୍ୱ ଲୋକସଭାରେ ପାସ୍ ହୋଇଛି ଏହି ସଂଶୋଧନ ବିଲ୍ । ଏହି ସଂଶୋଧନ ଅନୁଯାୟୀ ଏଣିକି ଭୋଟର ପଞ୍ଜୀକରଣ ପାଇଁ ଦରକାର ହେବ ଆଧାର ନମ୍ବର । ଭୋଟରଙ୍କ ପରିଚୟ ପ୍ରମାଣ ଭାବରେ ଆଧାର ଗ୍ରହଣ କରିବାକୁ ପ୍ରସ୍ତାବ । ତେବେ ବିଲ୍ ପାସ୍ ପରେ କାଲିଯାଏ ଲୋକସଭା ମୁଲତବି ରଖିଲେ ବାଚସ୍ପତି ।
ଏହା ନିର୍ବାଚନକୁ ଦୁର୍ନୀତିମୁକ୍ତ କରିହେବ । ତେବେ ଏହି ଲିଙ୍କ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ରଖାଯାଇଛି । ପ୍ରଥମ ଥର ଭୋଟ ପ୍ରଦାନ କରୁଥିବା ଭୋଟରଙ୍କ ପଞ୍ଜୀକରଣ ପାଇଁ ରହିଥିବା ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି । ପୂର୍ବରୁ କେବଳ ୧ ଜାନୁୟାରୀ ସୁଦ୍ଧା ପ୍ରଥମ ଥର ଭୋଟରଙ୍କ ପଞ୍ଜୀକରଣ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ୪ ଥରକୁ ବୃଦ୍ଧି କରାଯାଇଛି । ପ୍ରତି ୩ ମାସରେ ଥରେ ଲେଖାଏଁ ପଞ୍ଜୀକରଣର ସୁଯୋଗ ମିଳିବ ।