fbpx
BJD
BJD SKY
BJD SKY

ନିର୍ବାଚନୀ ପ୍ରସ୍ତୁତି; ଦିବ୍ୟାଙ୍ଗଙ୍କ ପାଇଁ ଅତିରିକ୍ତ ୫% ହ୍ୱିଲଚେୟାର ବ୍ୟବସ୍ଥା

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଥିପାଇଁ ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଦିବ୍ୟାଙ୍ଗଙ୍କ ପାଇଁ ପାଖାପାଖି ୩ ଲକ୍ଷରୁ ଉଦ୍ଧ୍ୱର୍ ହ୍ୱିଲଚେୟାରର ବ୍ୟବସ୍ଥା କରାଯାଇଛି । ପୂର୍ବରୁ ବୁଥ୍ ପିଛା ଗୋଟିଏ ହ୍ୱିଲଚେୟାର ବ୍ୟବସ୍ଥା କରାଯାଉଥିବା ବେଳେ ବର୍ତ୍ତମାନ ବୁଥ୍ ପିଛା ୨ଟି ଲେଖାଏଁ ହ୍ୱିଲ୍ଚେୟାର ଯୋଗାଇ ଦିଆଯିବା ନେଇ କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋ୍ ଚନ୍ଦ୍ର ପଣ୍ଡା ।

ତେବେ ଜନଗଣନା ହିସାବରେ ଯେଉଁ ଅଂଚଳରେ ଅଧିକ ଦିବ୍ୟାଙ୍ଗ ଥିବେ ସେଠାରେ ବୁଥ୍ ପିଛା ୫ଟି ହ୍ୱିଲ୍ଚେୟାରର ବ୍ୟବସ୍ଥା କରାଯିବ । ଓଡ଼ିଶାରେ ହ୍ୱିଲ୍ଚେୟାର ନିର୍ମାଣ କମ୍ପାନୀ ନଥିବାରୁ କାନପୁରରେ କେନ୍ଦ୍ର ସରକାରଙ୍କ ଥିବା ଏକମାତ୍ର ସ୍ୱିକୃତିପ୍ରାପ୍ତ ନିର୍ମାଣକାରୀ ସଂସ୍ଥା ALIMOକୁ ଆବଶ୍ୟକତା ଅନୁସାରେ ହ୍ୱିଲ୍ଚେୟାରଗୁଡ଼ିକର ବରାଦ ଦିଆଯାଇଛି । ହ୍ୱିଲ୍ଚେୟାର ଅଭାବକୁ ଏଡ଼ାଇବା ପାଇଁ ଅତିରିକ୍ତ ୫% ହ୍ୱିଲଚେୟାର ବରାଦ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.