fbpx
BSKY SKY
BSKY SKY

ଠିକ ୩୨ ବର୍ଷ ପୂର୍ବେ ଆଜିର ଦିନରେ ସଂକଳ୍ପ ନେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଥିଲେ ରାମ ମନ୍ଦିର ତିଆରି ହେବା ପରେ ଫେରିବି ଅଯୋଧ୍ୟା

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରୀ ଦିନ ଆଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ କରିବେ । ତେବେ ସମସ୍ତ ପ୍ରସ୍ତୁତି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ପ୍ରାଣ-ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ ସେତେବେଳେ ତାଙ୍କର ଏକ ଫଟୋ ତାଙ୍କର ଅତୀତକୁ ମନେପକାଇଦେବ । ଯାହା ୩୨ ବର୍ଷର ପୁରୁଣା ଅଟେ ।

୩୨ ବର୍ଷ ପୁରୁଣା ସ୍ମୃତି ୧୪ ଜାନୁଆରୀ ୧୯୯୨ ମସିହାର ଅଟେ ଏବଂ ଏହା ମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ତେବେ ଠିକ୍ ୩୨ ବର୍ଷ ପୂର୍ବେ ୧୪ ଜାନୁଆରୀ ୧୯୯୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଯାତ୍ରାରେ ବାହାରି ରାମ ଜନ୍ମ ଭୂମି ଅଯୋଧ୍ୟାରେ ପହଁଚିଥିଲେ ।

ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାର ରାମ ଜନ୍ମ ଭୂମିରେ ପହଁଚିଥିଲେ ସେତେବେଳେ ରାମ ଲଲା କୁଡିଆ ତଳେ ଥିଲେ । ସେଠାରେ ସେ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଥିଲେ ଏବଂ ବହୁ ସମୟ ଧରି ମୂର୍ତ୍ତିକୁ ଚାହିଁ ରହିଥିଲେ । ଦର୍ଶନ ପରେ ଜଣେ ସାମ୍ବାଦିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣ ଏଠାକୁ ପୁଣି କେବେ ଆସିବେ? ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେଇଥିଲେ ଯେ, ମନ୍ଦିର ତିଆରି ପରେ ଆସିବି ।

ପ୍ରଧାନମନ୍ତ୍ରୀ ମୋଦୀ ୧୯୯୨ରେ ଏହି ଯାତ୍ରା ମୂରଲୀ ମନୋହର ଜୋଶୀଙ୍କ ସହ ଆରଏସଏସର ପୂର୍ବତନ ପ୍ରଚାରକ ଗୁଜୁରାଟ ବିଜେପିର ମହାସଚିବ ଭାବେ ଥିଲେ । ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ କେତେ ଗୁରୁତର ଥିଲେ ତାହା ୧୯୯୮ ମସିହାରେ ମରୀଶସରେ ଅନ୍ତର୍ଜାତୀୟ ରାମାୟଣ କନଫରେନ୍ସରେ ଦେଉଥିବା ଭାଷଣରୁ ଜାଣପଡିଥିଲା ।

Get real time updates directly on you device, subscribe now.