fbpx

ନିର୍ବାଚନ ଏମିତି ଚାଲିଥିବ, ତଥାପି ସଂସଦର ଗରିମା ରଖିବାକୁ ପଡିବ, ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧୀଙ୍କୁ ସନ୍ଦେଶ

Advertisement

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ଆର୍ଥିକ ସର୍ବେକ୍ଷେଣ ରିପୋର୍ଟ ଉପସ୍ଥାପନ କରାଯାଉଛି। ଏହା ପରେ ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ତେବେ ଆଜି ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଗୃହର ଗରିମା ବଜାୟ ରଖିବାକୁ ଉପଦେଶ ଦେଇଛନ୍ତି।

ସଂସଦରେ ପହଞ୍ଚିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏମିତି ନିର୍ବାଚନ ଚାଲିଥିବ, ମାତ୍ର ସଂସଦର ଗରିମା ବଜାୟ ରଖିବାକୁ ପଡିବ। ଏହି କଥା ମଧ୍ୟ ଠିକ୍ ଯେ, ବାରମ୍ବାର ନିର୍ବାଚନ କାରଣରୁ ଅଧିବେଶନ ପ୍ରଭାବିତ ହେଉଛି। ମାତ୍ର ମୁଁ ସମସ୍ତ ସାଂସଦଙ୍କୁ କହିବାକୁ ଚାହୁଁଛି ଯେ, ନିର୍ବାଚନ ତ ଏମିତି ଚାଲିଥିବ, ମାତ୍ର ଆପଣ ବଜେଟ୍ ଅଧିବେଶନରେ ଉପସ୍ଥିତ ରୁହନ୍ତୁ। ଯଦି ବଜେଟ୍ ଫଳଦାୟୀ ହୁଏ ତେବେ ପୂରା ବର୍ଷ ଆମ ପାଇଁ ଅନେକ ଅବସର ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ବୈଶ୍ଵିକ ପରିସ୍ଥିତିରେ ଭାରତ ପାଇଁ ବହୁତ ସୁଯୋଗ ରହିଛି। ବିଶ୍ଵରେ ଭାରତର ଆର୍ଥିକ ପ୍ରଗତି, ଦେଶରେ ଟିକାକରଣ ଅଭିଯାନ, ନିଜ ଦ୍ଵାରା ପ୍ରସ୍ତୁତି ଭ୍ୟାକ୍ସିନ ଏକ ବିଶ୍ଵାସ ସୃଷ୍ଟି କରିଛି। ଏହି ବଜେଟ୍ ଅଧିବେଶନରେ ଆମ ପକ୍ଷରୁ କରାଯିବାକୁ ଥିବା ଆଲୋଚନା ଦୁନିଆ ପାଇଁ ଏକ ସ୍ଵତନ୍ତ୍ର ଛାପ ଛାଡିପାରେ। ମୁଁ ଆଶା କରୁଛି ସମସ୍ତ ରାଜନୈତିକ ଦଳ ଏବଂ ସାଂସଦ ଖୋଲା ମନରେ ଆଲୋଚନା କରି ଦେଶକୁ ପ୍ରଗତିର ମାର୍ଗରେ ନେଇଯିବାରେ ସାହାଯ୍ୟ କରିବେ।

ଏହା ସତ୍ୟ ଯେ, ବାରମ୍ବାର ନିର୍ବାଚନ କାରଣରୁ ଅଧିବେଶ ପ୍ରଭାବିତ ହେଉଛି ଏବଂ ଆଲୋଚନା ମଧ୍ୟ ପ୍ରଭାବିତ ହେଉଛି। ମାତ୍ର ମୁଁ ସମସ୍ତ ସାଂସଦଙ୍କୁ କହିବାକୁ ଚାହୁଁଛି ଯେ, ନିର୍ବାଚନ ଏମିତି ଚାଲିଥିବ, ମାତ୍ର ଏହି ବଜେଟ୍ ଅଧିବେଶନର ଗାରିମା ବଜାୟ ରଖିବା ଆମର ଦାୟିତ୍ଵ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.