fbpx

ରାସ୍ତାରେ ଗଡିବ ଇଲେକ୍ଟ୍ରି ବସ୍ ; ଶସ୍ତା ହେବ ବସ୍ ଭଡା – ସରକାରଙ୍କ ନୂଆ ଯୋଜନା

Advertisement

ନୂଆଦିଲ୍ଳୀ : ଇଲେକ୍ଟ୍ରି କାର୍ ଓ ସ୍କୁଟର ପରେ ଏବେ ଇଲେକ୍ଟ୍ରି ବସ୍ ଚାଲିବ । ଏନେଇ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏଥିରେ ଭଡା ମଧ୍ୟ ଶସ୍ତା ହେବ ବୋଲି ସୂଚନା ମିଳିଛି । ବୈଦ୍ୟୁତିକ ଯାନ ଚଳାଇବା ଉପରେ ଯୋଗୀ ସରାକର ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ସହରବାସୀଙ୍କ ଗମନାଗମନକୁ ଅତି ସହଜ କରିବା ସହ ପରିବେଶ ପ୍ରଭାବିତ ହେବ ନାହିଁ। ସହରାଞ୍ଚଳ ବିକାଶ ବିଭାଗ ମାଧ୍ୟମରେ ଏହି ବସ୍ ଚଳାଚଳ କରିବ । ବର୍ତ୍ତମାନ ମୋଟ୍ ୩ଟି ରୁଟ୍ ପାଇଁ ୧୦୦ ଟି ଇଲେକ୍ଟ୍ରିକ୍ ବସ୍ ଚଳାଇବାକୁ ଯୋଜନା ହୋଇଛି ।

ଉତ୍ତରପ୍ରଦେଶର ପରିବହନ ମନ୍ତ୍ରୀ ଦିନଶଙ୍କର ସିଂ କହିଛନ୍ତି ଯେ ଲକ୍ଷ୍ନୌ ଏବଂ ଗାଜିଆବାଦର ବଛା ବଛା କେତେକ ସ୍ଥାନରେ ଇଲେକ୍ଟ୍ରି ବସ୍ ଚଳାଚଳ ଆରମ୍ଭ ହେବ । ପରିବହନ ନିଗମ ୧୦୦ ଟି ଇଲେକ୍ଟ୍ରି ବସ୍ ଚଳାଇବାକୁ ଯୋଜନା କରିଛି। ଏସି ବସ୍ ପାଇଁ ୨-୨ ସିଟିଂ ବ୍ୟବସ୍ଥା ବସ୍ ଅନୁମୋଦନ କରାଯାଇଥିବା ବେଳେ ବର୍ତ୍ତମାନ ନୂତନ ଚୁକ୍ତିନାମା ବସ୍ ଯୋଜନା ଅଧୀନରେ ୩-୨ ସିଟିଂ ବ୍ୟବସ୍ଥା ବସ୍ ସେବା ଚୁକ୍ତି କରିବାକୁ ଯୋଜନା କରାଯାଇଛି ।

୩-୨ ବସିବା କ୍ଷମତା ବିଶିଷ୍ଟ ବସ୍ ଭଡା କିମି ପିଛା ୧.୬୩ ଟଙ୍କା ଥିବାବେଳେ ୨-୨ ସିଟିଂ ବ୍ୟବସ୍ଥା ବସ୍ ଭଡା କିମି ପିଛା ୧.୯୩ ପଇସା ହେବ। ଏହା କିମି ପ୍ରତି ୩୦ ପଇସା ସମୁଦାୟ ପାର୍ଥକ୍ୟ ଆଣିବ ଏବଂ ଲୋକମାନେ ଶସ୍ତା ଏସି ବସ୍ ସେବା ପାଇପାରିବେ ।

Get real time updates directly on you device, subscribe now.