ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ସକାଳୁ ସକାଳୁ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବା ଦେଖିବାକୁ ମିଳିଥିଲା। ବିନା କୌଣସି ସୂଚନା ଦେଇ ଭୋରୁ ଭୋରୁ ପ୍ରାୟ ପାଞ୍ଚ ଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ସରବରାହ ବନ୍ଦ ରହିବାରୁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଯାହାଙ୍କ ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।
ସୋସିଆଲ ମିଡ଼ିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ଶ୍ରୀ ଜେନା ଟାଟା ପାୱାରକୁ ପ୍ରଶ୍ନ କରିଥିଲେ, ”ଭୁବନେଶ୍ୱର ୟୁନିଟ୍-୪ ମଧୁସୂଦନ ନଗର ଆମ ଅଞ୍ଚଳରେ ୫ ଘଣ୍ଟାରୁ ଅଧିକ ସମୟ ପାଇଁ ବିଦ୍ୟୁତ୍ ନାହିଁ। ଆପଣ ସୂର୍ଯ୍ୟୋଦୟ ପୂର୍ବରୁ ରାତିରୁ ରକ୍ଷଣାବେକ୍ଷଣ ଆରମ୍ଭ କରି 4 ଗ୍ରୀଷ୍ମ ଋତୁର ପ୍ରସ୍ତୁତି କରୁଛନ୍ତି କି? ତେବେ ବହୁତ ଭଲ କାମ। ବିନା ସୂଚନାରେ ଏତେ ଆଗୁଆ ପ୍ରସ୍ତୁତି ପାଇଁ ଧନ୍ୟବାଦ।”
Hi @TPCentralOdisha . No power for > 5 hrs in our area in Unit-4 Madhusudan Nagar, ( Truptee restaurant area) . R u preparing 4 summer by starting maintenance from night, before sun rise? Great work then. Thanks4 such advance preparedness without notice. @EnergyOdisha
— Pradeep Jena IAS (@PradeepJenaIAS) February 20, 2025
ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ଏପରି କଟାକ୍ଷପୁର୍ଣ୍ଣ ପ୍ରଶ୍ନରେ କ୍ଷଣେ ବିଳମ୍ବ ନ କରି ଟାଟା ପାୱାର ପାଖରୁ ତୁରନ୍ତ ପ୍ରତିକ୍ରିୟା ପାଇଥିଲା। କମ୍ପାନୀ ପକ୍ଷରୁ କୁହାଯାଇଥିଲା, ସାର ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ। ଆମେ ଘଟଣା ସମ୍ପର୍କରେ ଯାଞ୍ଚ କରୁଛୁ ଏବଂ ଖୁବ୍ ଶୀଘ୍ର ଏ ବିଷୟରେ ଆପଣଙ୍କ ସହିତ ଯୋଗାଯୋଗ କରିବୁ।
Sir, we regret the inconvenience caused. We are getting this checked and shall come back to you on this shortly.
— TP Central Odisha Distribution Ltd (@TPCentralOdisha) February 20, 2025