Video: ଫାଙ୍କା ପଡିଛି ବିଦ୍ୟୁତ୍ ବିଭାଗ ଗାଡି, ଅଫିସ୍‌ରେ ଶୁଭୁନି ସାର୍ ସାର୍ ଡାକ…ନୀଳମାଧବଙ୍କୁ ଝୁରୁଛନ୍ତି କର୍ମଚାରୀ

ଯାଜପୁର: ନିଳମାଧବକୁ ଝୁରୁଛି ଗାଁ ମାଟି, ଆଉ ଝୁରୁଛନ୍ତି ସାଙ୍ଗ ସାଥି, ଏମିତି କି କି ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀ ତାକୁ ଆଉ ଅଫିସରେ ଦେଖିପାରୁନାହାଁନ୍ତି।

ପଂଚଭୁତରେ ଲୀନ ହୋଇଯାଇଛନ୍ତି ନିଳମାଧବ। କିନ୍ତୁ ତାଙ୍କ ପାଇଁ ପୁରା ଯାଜପୁର ମାଟି କାନ୍ଦୁଛି। ତାଙ୍କୁ ଝୁରୁଛନ୍ତି ବିଦ୍ୟୁତ୍ ବିଭାଗର କର୍ମଚାରୀ।

ତେବେ ନଳମାଧବ ଏମିତି ଏକ ପିଲା ଥିଲା ବେଶ ମେଳାପି ଆଉ ସମସ୍ତଙ୍କୁ ହସି ହସି କହୁଥିଲା ସାର ସାର ଡାକୁଥିଲା। ବିଦ୍ୟୁତ୍ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ।

ସମସ୍ତଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ସ୍ଥାନରେ ପହଂଚିଇବା ତାଙ୍କୁ ମୁଖ୍ୟ ଲକ୍ଷ୍ୟ ଥିଲା। କେତେ ବେଳେ କାହାକୁ ଟିକେ ଅସମ୍ନା କରିବାର ଦେଖିନାହାଁନ୍ତି।

ସବୁ ବେଳେ କହେ ଆସନ୍ତୁ ଆଜ୍ଞା, କୁଆଡେ ଯିବା କୁହନ୍ତୁ, ଏଠୁ କୋଉଠିକୁ ଯିବା। ମୁଁ ଏବେ ଅଫିସ୍‌ରେ ପହଞ୍ଚି ବି ସମସ୍ତଙ୍କୁ ସାହାର୍ଯ୍ୟ କରେ ନିଳମାଧବ। ଏହିପରି ଅନେକ କିଛି କଥା ଆଉ ଶୁଣିବାକୁ ମିଳୁନ ଅଫିସରେ।

ଏବେ ସବୁଦିନ ପାଇଁ ନୀଳମାଧବ ନା ଟି ଅଫିସରୁ ଆଉ ଶୁଭିବନି। ନାଁ ସେ ଆଉ କାହାକୁ ସାର ନାଁ ସେଇ ଭାଇ ଡାକ ଆମେ ଆଉ ଶୁଣିବାକୁ ପାଉନୁ। ସବୁ କିଛି ଏବେ ଶୂନା ଶୂନା ଲାଗୁଛି, ନାଁ ଦୁଇ ଦିନ ହେଲା ତାହାର ସେହି ଗାଡି ପାଙ୍ଖା ପଡିରହିଛି।

ବୋଧ ହୁଏ ସେ ଗାଡି ବି ତାକୁ ଖୋଜୁଥିବ। ସକାଳ ହେଲା ମାତ୍ରେ ଗାଡି ଧରି ବାହାରିଯାଆନ୍ତି। କିନ୍ତୁ ଏବେ ଆଉ ନୀଳମାଧବର ସେହି ହସ ହସ ମୁହଁ ଦେଖିବାକୁ ମିଳୁନି। ଏହିପରି ଅନେକ କିଛି କଥା ଭାବି ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ସାଥି କର୍ମଚାରୀ।

ତେବେ ଯାଜପୁର ଘଟିଥିବା ସେହି ଲୋମଟାଙ୍କୁରା ଓ ହୃଦୟ ବିଦାରକ ଘଟଣା ବିଷୟରେ କହୁଛୁ। ଗୋଟେ କଥାରେ ଅଛି କପାଳ ଲେଖନ କେ କରିବ ଆନ।

ଯାଜପୁର ସ୍ଥିତ ପାଣିକୋଇଲି ବଜାରରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଦିନ ଦିପହରରେ କିଛି ଦୁର୍ବୃତ ପଶି ଚୋରି କରି ସରିବା ପରେ ଫେରାର ହେଉଥିଲେ।

ସେହି ସମୟରେ ପାଣିକୋଇଲି ବିଦ୍ୟୁତ ବିଭାଗରେ ଡ୍ରାଇଭର ଭାବେ କାଯ୍ୟ କରୁଥିବା ନୀଳମାଧବ ଉକ୍ତ ରାସ୍ତା ଦେଇ ଯାଉଥିବା ସମୟରେ ଚୋରକୁ ଧରିବାକୁ ଏକ ସାହାସିକତା ଦେଖାଇଥିଲେ।

ହେଲେ ସେ ଜାଣି ନଥିଲେ ସେହି ସାହାସିକତା ପାଇଁ ତାଙ୍କୁ ସବୁଦିନ ପାଇଁ ଆଖି ବୁଝିବାକୁ ପଡିବ ବୋଲି। ଏହା ପରେ ଚୋର ର ରାସ୍ତାରେ ନୀଳମାଧବ ଆସିବାରୁ ଚୋର ନିଜକୁ ବଞ୍ଚାଇବା ପାଇଁ ନୀଳ ମାଧବ ଙ୍କୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ।

ଏମିତି କି ଉକ୍ତ ଜାଗା ତଥା ଅଣ୍ଡାକୁ ଧରି ଟଳି ପଡ଼ିଥିଲେ ନୀଳମଧବ। ଏହି ଘଟଣା ପାଣିକୋଇଲି ବିଦ୍ୟୁତ ବିଭାଗ ନିକଟରେ ହୋଇଥିବାରୁ ଖବର ପାଇଁ ପହଁଞ୍ଚିବା ପରେ ବିଦ୍ୟୁତ ଅଫିସ ରେ ଶୋକ ର ଛାୟା ଖେଳି ଯାଇଛି।

ତେବେ ନୀଳମାଧବ ପାଇଁ ଆଜି ଯାଜପୁର ଜିଲ୍ଲା ସମେତ ବିଦ୍ୟୁତ ଅଫିସ୍‌ରେ ଶୋକର ବାତାବରଣ ଖେଳାଇ ଦେଇଛି। ଏହା ଆମ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବିଦ୍ୟୁତ କର୍ମଚାରୀ।

ତେବେ ଉକ୍ତ ନୀଳମାଧବ ଙ୍କୁ ସାହାସିକତା ର ପୁରସ୍କୃତ କରିବା ସହ ପରିବାର ପାଇଁ ଯେତେ ହୋଇପାରିବ ସହଯୋଗ ପାଇଁ ସରକାର ନିକଟରେ ଅଞ୍ଚଳ ବାସି ଦାବି କରିଛନ୍ତି। ନୀଳମାଧବଙ୍କ ମୃତ୍ୟୁ କୁ ନେଇ ବିଦ୍ୟୁତ ବିଭାଗ ଏବେ ସମ୍ପୂର୍ଣ ସ୍ତବ୍ଧ ହୋଇଯାଇଛି।