fbpx

ବିଦ୍ୟୁତ ବିଲ୍ ଅଧିକ ଆସିବାରୁ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା

ଭଞ୍ଜନଗର: ତାରାସିଂ ଥାନା କୁପାଟି ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ ଉପଭୋକ୍ତା ମିଟର ରିଡିଂ କରିବାକୁ ଆସିଥିବା ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ଧ।ରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି । ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏବେ ପୋଲିସ ସେଠାରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଅଧିକ ବିଲ୍ ଆସିବାରୁ ଘର ମାଲିକ ଉତ୍ତକ୍ତ୍ୟ ହୋଇ ଏକ ଧାରୁଆ ଅସ୍ତ୍ରରେ ବିଦ୍ୟୁତ କର୍ମଚାରୀଙ୍କର ବେକକୁ କାଟି ଦେଇଥିଲେ । ମୃତକ ହେଉଛନ୍ତି ନିକଟସ୍ଥ ଗାଲେରୀ ଗାଁର ବାବୁ ତ୍ରିପାଠୀ । ଅଭିଯୁକ୍ତକୁ ଧରିବା ଲାଗି ପୋଲିସ ଉଦ୍ୟମ ଆରମ୍ଭ କରିଦେଇଛି ।

Get real time updates directly on you device, subscribe now.