fbpx

(video) ହାତୀରାଜା ଭାରି ବଳୁଆ ; ଥମୁନି ହାତୀ ଚର୍ଚ୍ଚ, କମୁନି ବଳ, ସବୁବେଳେ ଚର୍ଚ୍ଚାରେ ହାତୀ

ଭୁବନେଶ୍ୱର : ହାତୀରାଜା ଭାରି ବଳୁଆ…. ଛୋଟ ପିଲାଙ୍କ ଏହି ଗୀତ ଆପଣମାନେ ନିଶ୍ଚୟ ଶୁଣିଥିଲେ । ହାତୀ ସଂଖ୍ୟା ଯେତେ କମିଲେ ବି ତାର ବଳ କମୁନି କି ଚର୍ଚ୍ଚା ଥମୁନି । କେଉଁଠି ହାତୀ ପ୍ରଶଂସା ସାଉଁଟୁଛି ତ ଅନ୍ୟ କେଉଁଠି ପୁରସ୍କାର ଆଣୁଛି । ପୁଣି ହାତୀର ମୃତ୍ୟୁ ସଂଖ୍ୟା ମଧ୍ୟ ଗଣନା କରାଯାଉଛି । ହାତୀ କମି ଯିବାକୁ ନେଇ ମଧ୍ୟ ଆଶଙ୍କା କରାଯାଉଛି । ତଥାପି ହାତୀର ଚର୍ଚ୍ଚା ଥମୁନି । ଗତ ଦୁଇ ଦିନ ମଧ୍ୟରେ ଗଣମାଧ୍ୟମର ସିରୋନାମାରେ ରହିଛି ହାତୀ ।

ଏହି ସମୟରେ ହାତୀର ଏକ କୌତୁହଳପୂର୍ଣ୍ଣ ଭିଡିଓ ଭାଇରାଲ ହୋଇଛି । ଗୋଟିଏ ଫେମ୍ ରେ ହାତୀ ଓ ସିଂହୀ ଏକାଠି ହୋଇଛନ୍ତି । ଏଭଳି ଏକ ବିରଳ ଭିଡିଓ ଦେଇବାକୁ ମିଳିଛି ଯେ ସିଂହୀ ହାତୀ ଡରରେ ଡୌଡି ପଳାଉଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଶୋଷିଲା ହାତୀ ଜଙ୍ଗଲରେ ଥିବା କୂଅ ନିକଟରେ ପହଞ୍ଚଇଛି । କିନ୍ତୁ ସେଠାରେ ସିଂହୀ ବିଶ୍ରାମ ନେଉଛିି । ହାତୀ ପ୍ରଥମେ ପାଣି ପିଇଥାଏ। କିନ୍ତୁ ପରେ ତାର ଆଖି ସିଂହୀ ଉପରେ ପଡ଼େ। ସେ ଭାବନ୍ତି ସିଂହୀ ତାଙ୍କୁ ଆକ୍ରମଣ କରିବାକୁ ଆସିଛି। ଏତିକି ଚିନ୍ତା କରି ହାତୀ କ୍ରୋଧିତ ହୋଇ ସିଂହୀକୁ ତା ଶୁଣ୍ଢରେ ପାଣି ପକାଇବା ସହ ମାରିବା ପାଇଁ ଧାଇଁଲା ।

ହାତୀର ଏହି ରୂପ ଦେଖି ସିଂହ ସଙ୍ଗେ ସଙ୍ଗେ ସେଠାରୁ ଧୌଡି ପଳାଇଲା । କିନ୍ତୁ ହାତୀ ଶାନ୍ତ ହୁଏ ନାହିଁ ଏବଂ ତାହା ମଧ୍ୟ ତାଙ୍କ ପଛରେ ଦୌଡିଲା । ପ୍ରକୃତରେ ଏହିୁ ମଜାଳିଆ ଭିଡିଓକୁ ଅନେକ ୟୁଜର୍ସ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.