fbpx

ଗୋଟିଏ ଝଟକାରେ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଲେ ଗଜରାଜ, ଦେଖନ୍ତୁ Video

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ ଏବେ ଗଜରାଜଙ୍କର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଗଜରାଜ ଗୋଟିଏ ଝଟକାରେ ଏକ ବିଶାଳ ବୃକ୍ଷକୁ ଧରାଶାୟୀ କରିଦେଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ଏଥିରୁ ଗଜରାଜଙ୍କର ଶକ୍ତି କେତେ ତାହା ସ୍ପଷ୍ଟ ପ୍ରତୀୟମାନ ହେଉଛି । ବୋଧହୁଏ ଏହି କାରଣରୁ ଗଜରାଜଙ୍କ ସହ ଜଙ୍ଗଲର ଅନ୍ୟ କୌଣସି ଜନ୍ତୁ ପଙ୍ଗା ନେବାକୁ ସାହସ କରନ୍ତି ନାହିଁ ।

ଗଜରାଜଙ୍କୁ ଯେତେବେଳେ କ୍ରୋଧ ଆସେ, ସେ ତାଙ୍କର ଚାରିପାଖକୁ ଦଳିମକଚି ଦେଇଥାନ୍ତି, ଏପରିକି ବଡ଼ ବଡ଼ ଗଛକୁ ମଧ୍ୟ । ଭିଡିଓରେ ଦେଖାଯାଉଛି, ହାତୀଟି ଜଙ୍ଗଲରେ ବିଚରଣ କରୁଥିବା ସମୟରେ ଫଳପୁଷ୍ପରେ ପୂର୍ଣ୍ଣ ଥିବା ଏକ ଗଛ ନିକଟରେ ପହଞ୍ଚିଥିଲା । ଏହାପରେ ହାତୀଟି ନିଜ ଶୁଣ୍ଢରେ ଧକ୍କା ଦେଇ ଗଛଟିକୁ ଭାଙ୍ଗି ଦେଇଥିଲା ।

Get real time updates directly on you device, subscribe now.