fbpx

କୂଅରେ ଫସିଲା ଛୁଆ ହାତୀ, ଉଦ୍ଧାର କରିବାକୁ ବନ ବିଭାଗର ଉଦ୍ୟମ

ଭଞ୍ଜନଗର: ପରିତ୍ୟକ୍ତ କୂଅରେ ଫସିଲା ହାତୀ ଛୁଆ । କନ୍ଧମାଳ କରଡ଼ା ବନାଞ୍ଚଳ ବଡ଼ ବାରଦା ରେଞ୍ଜର ପଳାସପଲ୍ଲୀଠାରେ ଏକ ପରିତ୍ୟକ୍ତ କୂଅରେ ଏକ ଛୁଆ ହାତୀ ଖସିପଡ଼ିଛି । ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

ସୂଚନା ଅନୂଯାୟୀ, ଗତକାଲି ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ କରଡ଼ା ବନାଞ୍ଚଳର ବଡ଼ବାରବା ଜଙ୍ଗଲରେ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ କୁଅରେ ଏକ ଛୁଆ ହାତୀ ପଡ଼ିଯାଇଥିଲା । ତେବେ ଛୁଆ ହାତୀକୁ ବଞ୍ଚାଇବା ପାଇଁ ବନ ବିଭାଗ କର୍ମଚାରୀ ଉଦ୍ୟମ କରୁଥିବାବେଳେ, ହାତୀପଲଙ୍କ ଆତଜାତକୁ ଦେଖି ୩ ପଞ୍ଚାୟତରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଛି ।

Get real time updates directly on you device, subscribe now.