fbpx

ଓଡ଼ିଶାରେ ହାତୀ ଘଉଡାଇବା ଯନ୍ତ୍ର

ଭୁବନେଶ୍ୱର: ଓଡ଼ିଶା ଆସିଲା ହାତୀ ଘଉଡ଼ାଇବା ଯନ୍ତ୍ର । ଏବେ ହାତୀଙ୍କୁ ଘଉଡ଼ାଇବ ANIDER ଯନ୍ତ୍ର । ସୌରଶକ୍ତି ଦ୍ୱାରା ଏହି ଯନ୍ତ୍ର କାମ କରିବ । ଆଠମଲ୍ଲିକ, ଢ଼େଙ୍କାନାଳ ଡିଭିଜନରେ ଏହାର ପରୀକ୍ଷଣ ଚାଲିଥିବା ନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ଶଶୀ ପଲ୍ । ଖୁବଶୀଘ୍ର ବ୍ରହ୍ମପୁର, ଗୋପାଳପୁରରେ ପରୀକ୍ଷଣ ହେବା ନେଇ ମଧ୍ୟ ଦେଇଛନ୍ତି ସୂଚନା ।

ବିଭିନ୍ନ ଜନ୍ତୁଙ୍କୁ ଘଉଡ଼ାଇବା ପାଇଁ ଯନ୍ତ୍ରରେ ଭିନ୍ନ ବ୍ୟବସ୍ଥା ମଧ୍ୟ ରହିଛି । ହାତୀ ପାଇଁ ରହିଥିବା ରେଞ୍ଚ ଭିତରକୁ ହାତୀ ଆସିଲେ ଜୋରରେ ଲାଇଟ୍ ପଡ଼ିବ ଓ ଶବ୍ଦ ହେବ ଯାହା ଫଳରେ ହାତୀ ପଛକୁ ଫେରିଯିବ । ଏହି ଯନ୍ତ୍ରର ଦାମ ୨୫ ହଜାର ଟଙ୍କା ରହିଛି । ଏହାର ସଫଳତା ବହୁତ ଭଲ ଏବଂ ଆହୁରି ପରୀକ୍ଷଣ ଚାଲଥିବା ନେଇ କହିଛନ୍ତି ପିସିସିଏଫ୍ ଶଶୀ ପଲ୍ ।

Get real time updates directly on you device, subscribe now.