ରାତିରେ ହାତୀ ଘଉଡ଼ାଇବାକୁ ଯାଇ, ଘରକୁ ଫେରି ନ ଥିଲେ ପୂର୍ଣ୍ଣଚନ୍ଦ୍ର

ସମ୍ବଲପୁର: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଜାମଲୋକ ଗାଁର ହୋଇଥିବା ସୂଚନା । ଗାଁରେ ହାତୀ ପଲ ପଶିଥିବା ଜାଣିପାରି ଗ୍ରାମବାସୀ ସେମାନଙ୍କୁ ଘଉଡ଼ାଇବାକୁ ଯାଇଥିଲେ । ହାତୀଙ୍କୁ ଘଉଡ଼ାଇ ମୃତ ପୂର୍ଣ୍ଣଚନ୍ଦ୍ରଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଘରକୁ ଫେରିଥିଲେ । ସକାଳେ ତାଙ୍କ ମୃତଦେହ ନୂଆବନ୍ଧ ନିକଟରୁ ମିଳିଛି । କିଛିଦିନ ପୂର୍ବେ ଟେଙ୍ଗପଡ଼ାର ଗଣେଶ୍ୱରଙ୍କୁ ହାତୀ ଚକଡ଼ି ମାରିଦେଇଥିଲା ।