ଜଙ୍ଗଲ ଛାଡ଼ି ସହର ମୁହାଁ ହାତୀ, ରାଜଧାନୀରେ ବୁଲୁଛି ଦନ୍ତା

ହାତୀକୁ ଘଉଡାଇବାକୁ ବନ ବିଭାଗର ଉଦ୍ୟମ। ହାତୀଠୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରୁଛି ବନ ବିଭାଗ। ଏମ୍ସ ନିକଟରେ ଦେଖିବାକୁ ମିଳିଛି ଦନ୍ତା ହାତୀ।

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ସହର ମୁହାଁ ହାତୀ। ଏବେ ଆଉ ଜଙ୍ଗଲ କିମ୍ୱା ଗାଁରେ ହାତୀର ମନ ମାନୁନି। ସେଥିପାଇଁ ତ ଏବେ ରାଜଧାନୀ ରାସ୍ତାରେ ବୁଲୁଛି ଦନ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି ଭୁବନେଶ୍ୱର ଏମ୍ସ ନିକଟ କାଜୁ ବଗିଚାରେ ଦେଖିବାକୁ ମିଳିଛି ଦନ୍ତା ହାତୀ।

ଭୁବନେଶ୍ୱରର ଏମ୍ସ ହସ୍ପିଟାଲ ନିକଟ ପୋଲିସ ଏକାଡେମୀ ପାଖରେ ଥିବା କାଜୁ ଜଙ୍ଗଲରେ ହାତୀ ରହିଥିବା ଜଣାପଡିଛି। ହାତୀଠୁ  ଲୋକଙ୍କୁ ଦୂରେଇ ରହିବାକୁ ମଧ୍ୟ ସତର୍କ କରିଛି ବନ ବିଭାଗ। ଯେହେତୁ ଏହି ହାତୀଟି ଏକ ଜଙ୍ଗଲି ଦନ୍ତା ହାତୀ। ତେଣୁ ଲୋକଙ୍କର ବି କ୍ଷତି କରିପାରେ ବୋଲି କୁହାଯାଉଛି।

ତେଣୁ ପାଖ ଆଖ ସମସ୍ତ ଲୋକଙ୍କୁ ବନବିଭାଗ ସତର୍କ କରିଦେଇଛି। ହାତୀକୁ ଘଉଡାଇବାକୁ ମଧ୍ୟ ବନ ବିଭାଗ ଉଦ୍ୟମ ଜାରି ରଖିଛି। ଅନେକ ସମୟରେ ଗାଁରେ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଥିଲା। ହେଲେ ଏବେ ସହର ମୁହାଁ ଦନ୍ତା। ଯାହାକି ସମସ୍ତଙ୍କ ଚିନ୍ତାର କାରଣ ସାଜିଛି।