fbpx

ଏଲନ୍ ମସ୍କ ଏହିପରି ଭାବରେ କଲେ ଭାରତର ପ୍ରଶଂସା, ଯାହା କହିଲେ ଆପଣ ବି ଶୁଣିଲେ ଗର୍ବରେ ଛାତି ଚଉଡା ହୋଇଯିବ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଭାରତର ପ୍ରଭାବ ବଢିବାରେ ଲାଗିଛି । ଏବେ ଏଲନ ମସ୍କ ବି ଏହାକୁ ସ୍ୱୀକାର କରିଛନ୍ତି । ଟେସଲା ଓ ସ୍ପେସଏକ୍ସର ସିଇଓ ଏଲନ ମସ୍କ କହିଛନ୍ତି ନିଜ ପରିଶ୍ରମ ବଳରେ ଆଜି ଭାରତୀୟମାନେ ଦୁନିଆର ଅଧିକାଂଶ ଶୀର୍ଷ ଟେକ୍ନୋଲଜି କମ୍ପାନୀ ସହିତ ବହୁ ଅଣ ପ୍ରଯୁକ୍ତି ସଂଗଠନର ସିଇଓ ଭାବରେ କାର୍ଯ୍ୟ ନିର୍ବାହ କରି ବେଶ୍ ପାରଦର୍ଶିତା ଦେଖାଇଛନ୍ତି । ଏଲନ ମସ୍କ କହିଛନ୍ତି ଭାରତୀୟମାନେ ସବୁଠାରୁ ପରିଶ୍ରମୀ ଲୋକ । ମସ୍କ କହିଛନ୍ତି ଶୀର୍ଷ ପଦବୀରେ ରହି ଭାରତୀୟମାନେ ଏବେ ଲକ୍ଷ ଲକ୍ଷ ଡଲାର ଆୟ କରୁଛନ୍ତି । ଆମେରିକାରେ ଏବେ ଭାରତୀୟମାନେ ସବୁଠାରୁ ଅଧିକ ଦରମା ପାଉଥିବା ସିଇଓ ଭାବରେ କାମ କରୁଛନ୍ତି ।

ଦେଶର ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ମସ୍କ ନିଜର ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି , ଭାରତ ଏବେ ଚନ୍ଦ୍ରର ଦକ୍ଷିଣ ଧ୍ରୁବର ବି ସିଇଓ ପାଲଟି ଯାଇଛି । ଯେତେବେଳେ ୱାର୍ଲ୍ଡ ଅଫ୍ ଷ୍ଟାଟିଟିକ୍ସ ପକ୍ଷରୁ ଏକ୍ସରେ ଶୀର୍ଷ କମ୍ପାନୀଙ୍କ ମଧ୍ୟରେ ଭାରତୀୟ ଲୋକଙ୍କ ତାଲିକା ପୋଷ୍ଟ କରିଥିଲା, ଏହାକୁ ନେଇ ମସ୍କ ଶନିବାର ବିଳମ୍ବିତ ରାତ୍ରୀରେ ନିଜର ପ୍ରତିକ୍ରିୟା ରଖିଥିଲେ, ‘ପ୍ରଭାବଶାଳୀ’ ।
ବର୍ତ୍ତମାନ ସଞ୍ଜୟ ମେହରୋତ୍ରା ମାଇକ୍ରୋନ ଟେକ୍ନୋଲଜିର ସିଇଓ, ଶାନ୍ତନୁ ନାରାୟଣ ଆଡୋବର ସିଇଓ, ସତ୍ୟ ନାଡେଲା ମାଇକ୍ରୋସଫ୍ଟ ଅଧ୍ୟକ୍ଷ ଓ ସିଇଓ, ସୁନ୍ଦର ପିଚାଇ ଆଲଫାବେଟ୍ ଓ ଗୁଗୁଲ ସିଇଓ, ନୀଲ ମୋହନ ୟୁଟ୍ୟୁବ ସିଇଓ ଓ ଆହୁରି ଅନେକ ଭାରତୀୟ ବଂଶୋଦ୍ଭବ ପ୍ରମୁଖ ଭୂମିକାରେ ଅଛନ୍ତି ।

Get real time updates directly on you device, subscribe now.