fbpx

(Video) ଆମେରିକା ପ୍ରଚାର ମଞ୍ଚରେ ଟେଲ୍ସା ସିଇଓ, ସମ୍ବିଧାନର ଦ୍ୱାହି ଦେଇ ଟ୍ରମ୍ପଙ୍କୁ ଜିତାଇବାକୁ ଦେଲେ ଆହ୍ୱାନ

ୱାସିଂଟନ: ଆମେରିକାର ପେନସିଲଭେନିଆ ଅନ୍ତର୍ଗତ ବଟଲରରେ ଆୟୋଜିତ ନିର୍ବାଚନ ରାଲିରେ ଖଚାଖଚ ଭିଡ ଆଗରେ ନାଚିଲେ ଦୁନିଆର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମର ସିଇଓ ତଥା ମାଲିକ ଏଲୋନ ମସ୍କ । ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରଚାର କରିବା ସହ ଟ୍ରମ୍ପଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି । ସମ୍ପୂର୍ଣ୍ଣ କଳା ପୋଷାକ ସହ ମସ୍କଙ୍କ ମୁଣ୍ଡରେ ଦେଖିବାକୁ ମିଳିଛି ମେକ ଆମେରିକା ଗ୍ରେଟ ଅଗେନ (ମାଗା)ର ଟୋପି ।

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ପ୍ରଚାର କରୁଥିବା ବେଳେ ମସ୍କ ଉପସ୍ଥିତ ଜନତାଙ୍କୁ କହିଥିଲେ କି, ଆମେରିକାରେ ସମ୍ବିଧାନ ଓ ଲୋକତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ଟ୍ରମ୍ପଙ୍କୁ ଜିତାଇବା ଜରୁରୀ । ଟ୍ରମ୍ପଙ୍କ ଉପରେ ଆକ୍ରମଣ ହୋଇଥିବା ଯାଗାରୁ ମସ୍କ ସମବେତ ଜନତାଙ୍କୁ ମସ୍କଙ୍କୁ ଜିତାଇବାକୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି । ଟ୍ରମ୍ପଙ୍କ ଭାଷଣ ପରେ ମସ୍କଙ୍କ ଭାଷଣ ଆରମ୍ଭ ହୋଇଥିଲା ।

ସେ ତାଙ୍କ ଅଭିଭାଷଣରେ ଟ୍ରମ୍ପଙ୍କ ବିଜୟ ଲୋକତନ୍ତ୍ରର ସୁରକ୍ଷା କହିବା ସହ ଡେମୋକ୍ରାଟିକ ପାର୍ଟି ଓ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ତଥା ତାଙ୍କ ପ୍ରାର୍ଥୀ କମଲା ହାରିସଙ୍କୁ ଦମଦାର କଟାକ୍ଷ କରିଥିଲେ । ମଞ୍ଚରେ ମସ୍କଙ୍କୁ ବେଶ ଉତ୍ସାହିତ ଦେଖିବାକୁ ମିଳିଥିଲା । ଚିଲେଇ, ଚିଲେଇ କହିଥିଲେ ଭୋଟ, ଭୋଟ, ଭୋଟ, ଫାଇଟ, ଫାଇଟ ଫାଇଟ । ଏଥିସହ ବାଇଡେନଙ୍କୁ କଟାକ୍ଷ କରି କହିଥିଲେ କି, ଆମ ପାଖରେ ଏମିତି ଜଣେ ରାଷ୍ଟ୍ରପତି ଅଛନ୍ତି, ଯିଏ ସିଡି ଚଢିପାରୁ ନାହାନ୍ତି । ଅନ୍ୟପଟେ ଟ୍ରମ୍ପଙ୍କୁ ଗୁଳି ଲାଗିବା ପରେ ବି ସେ ମଜବୁତି ସହ ଦେଖିବାକୁ ମିଳୁଛନ୍ତି । ମାଗାର ଟୋପିକୁ ନେଇ ମଧ୍ୟ ମସ୍କ କହିଥିଲେ କି, ମୁଁ ଖାଲି ମାଗା ନୁହେଁ, ଡାର୍କ ମାଗା ।

Get real time updates directly on you device, subscribe now.