fbpx

ନିଜ Spacex ଇଣ୍ଟର୍ଣ୍ଣଙ୍କ ସହ ଯୌନ ସମ୍ବନ୍ଧ ରଖିଥିଲେ ଏଲନ ମସ୍କ, ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ସ୍ପେସଏକ୍ସର ସିଇଓ ଏଲନ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ତାଲିକାରେ ରହିଛନ୍ତି । ତାଙ୍କୁ ନେଇ ଏକ ବଡ ବିବାଦ ସାମ୍ନାକୁ ଆସିଛି । ଏକ ରିପୋର୍ଟରେ କରାଯାଇଥିବା ଦାବି ଅନୁଯାୟୀ, ସ୍ପେସଏକ୍ସର ସିଇଓ ଏଲନ ମସ୍କଙ୍କ ଉପରେ ଇଣ୍ଟର୍ଣ୍ଣ ସମେତ କମ୍ପାନୀର ଦୁଇ କର୍ମଚାରୀମାନଙ୍କ ସହ ଯୌନ ସମ୍ବନ୍ଧରେ ରହିବା ଏବଂ ଅନ୍ୟ ଏକ କର୍ମଚାରୀଙ୍କୁ ନିଜ ଶିଶୁ ଜନ୍ମ କରିବାକୁ ପ୍ରେସର କରିବାର ମଧ୍ୟ ଅଭିଯୋଗ ଲଗାଯାଇଛି ।

ସ୍ପେସ ଏକ୍ସର ସିଇଓ ଏଲନ ମସ୍କଙ୍କ ଉପରେ ଏପରି ଅଭିଯୋଗ ଲାଗିବା ଆଶ୍ଚର୍ଯ୍ୟଜନକ । ରିପୋର୍ଟରେ କୁହାଯାଇଛି ଯେ, ଟେକ କୋଟିପତି ନିଜ କମ୍ପାନୀ ଟେସଲା ଏବଂ ସ୍ପେସଏକ୍ସରେ କିଛି ଏପରି ପରିବେଶ କରିଥିଲେ ଯେଉଁଥିରେ ମହିଳାମାନେ ଅସହଜ ଅନୁଭବ କରୁଥିଲେ । ଏଲନ ମସ୍କଙ୍କ ଅଭିଯୋଗ ପୂର୍ବରୁ ଅନେକ ଥର ଏହି ପ୍ରକାର ଅଭିଯୋଗ ଲଗାଯାଇଛି । ଏହି କଥା ବି ସାମ୍ନାକୁ ଆସୁଛି ଯେ, ବୋର୍ଡର ସଦସ୍ୟଙ୍କ ସହ କାମ କରିବା ସମୟରେ ସେ ରେଗୁଲାର ଏଲଏସଡି, କୋକୀନ,ଏକଷ୍ଟସି, ମଶରୁମ ଏବଂ କେଟାମାଇନ ଭଳି ଔଷଧ ପ୍ରୟୋଗ କରୁଥିଲେ ।

ଏଲନ ମସ୍କଙ୍କୁ ଦୁନିଆର ସବୁଠାରୁ ସଫଳ ବ୍ୟକ୍ତିତ୍ୱ ବୋଲି କୁହାଯାଇପାରେ। ମସ୍କ ଅଫିସରେ ଏକ ‘Hostile Work Environment’ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଅର୍ଥାତ୍, ସେମାନେ କମ୍ପାନୀର କର୍ମଚାରୀମାନଙ୍କୁ ବନ୍ଧନ ଶ୍ରମିକ ପରି ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏଠାରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ବେତନ ଦିଆଯାଉଥିଲା ଏବଂ ଅଭିଯୋଗ ଆଧାରରେ ଚାକିରିରୁ ବରଖାସ୍ତ ହେବାର ଅଭିଯୋଗ ମଧ୍ୟ ଆସିଛି। ଅଭିଯୋଗରେ ପୂର୍ବତନ କର୍ମଚାରୀମାନେ ମଧ୍ୟ କାର୍ଯ୍ୟାଳୟ ସେମାନଙ୍କୁ କର୍ମକ୍ଷେତ୍ରରେ ଏକ ଯୌନବାଦୀ ସଂସ୍କୃତି ବଜାୟ ରଖିବାର ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.