fbpx

ଏଲନ ମସ୍କଙ୍କ ନୂଆ ନୀୟମ, ଏବେ ବିନା ଲଗଇନ୍‌ରେ ଦେଖିପାରିବେନି ଟୁଇଟ୍ସ, ଜାଣନ୍ତୁ କଣ ପାଇଁ ନେଲେ ଏହି ନିଷ୍ପତି

ନୂଆଦିଲ୍ଲୀ: ଟ୍ୱିଟର୍ ୟୁଜରମାନଙ୍କ ପାଇଁ ଏକ ନୂଆ ନିୟମ ଆସିଛି । ଏଲନ ମସ୍କ ନିଷ୍ପତି ନେଇଛନ୍ତି ଯେ, ଏଣିକି ଯଦି କେହି ଟ୍ୱିଟ୍ ଦେଖିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ତାଙ୍କୁ ଟ୍ୱଟରରେ ଲଗ୍‌ଇନ୍ କରିବାକୁ ପଡ଼ିବ । ଟ୍ୱିଟର୍‌ର ଏବେ ଭର୍ସନ୍‌ରେ ଏବେ ବିନା ଲଗ୍‌ଇନ୍‌ରେ କୌଣସି ଟ୍ୱିଟ୍ ଦେଖିବାର ସୁବିଧା ମିଳୀବ ନାହିଁ । ଆଉ ସମସ୍ତ ୟୁଜର୍ସଙ୍କୁ ସିଧାସଳଖ ସାଇନ୍ ଆପ୍ ପେଜ୍‌କୁ ରୀଡାଇରେକ୍ଟ କରାଯିବ। ତେବେ ବର୍ତ୍ତମାନ ଏହା ବିଷୟରେ କୋଣସି ସୂଚନା ଦିଆଯାଇନାହିଁ ।

ଏଲନ ମସ୍କଙ୍କ କହିବା ଅନୁସାରେ ଟ୍ୱିଟର ସେବା ମାଧ୍ୟମରେ ଏହାର ତଥ୍ୟ ଚୋରୀ ହେଉଛି। ଏହା ଏପରି ହେଉଥିଲା ଯେ, ଆମର ସାଧାରଣ ୟୁଜର୍ସଙ୍କ ପାଇଁ ଅପମାନ ଭଳି ହେଉଥିଲା। ତାଙ୍କର ଏହି ଅକ୍ଷ୍ୟେପ ଖାସ୍‌କରି ଓପନ୍‌ ଏଆଇ ଏବଂ ଚାଟ୍‌ଜିପିଟି ଆଡ଼କୁ ଥିଲା। ଯାହାକୁ ନେଇ ଏଲନ ମସ୍କ ନିଜର ଚିନ୍ତା ବ୍ୟକ୍ତି କରି ସାରିଛନ୍ତି।

ତେଣୁ ଟ୍ୱିଟର ଏହି ନୁଆ ନିୟମ ଶୁକ୍ରବାରଠାରୁ ଲାଗୁ କରିଛି ଏବଂ ଆଗକୁ ବିନା ଲଗ୍‌ଇନ୍‌ରେ ୟୁଜର୍ସ ମାନଙ୍କୁ ଟ୍ୱିଟର୍ ବ୍ୟବହାର କରିପାରିବେ ନାହିଁ । ଆପଣଙ୍କୁ ଏଥିପାଇଁ ପ୍ରଥମେ ଲଗ୍‌ଇନ୍ କରିବାକୁ ପଡ଼ିବ । ଏହାବାଦ୍ ଟ୍ୱିଟର ଥାର୍ଡପାର୍ଟି ଆପ୍ଲିକେସନ୍ ରିସଚର୍ସ ମାନଙ୍କର ଆପ୍ଲିକେସନ୍ ପୋଗ୍ରାମିଂ ଇଣ୍ଟରଫେସ୍ ପାଇଁ ମଧ୍ୟ ଚାର୍ଜ ନେବା ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.