ମଙ୍ଗଳ ଗ୍ରହ ଦେଖିବାକୁ କିପରି? ଏଲନ ମସ୍କ ସେୟାର କଲେ Video

ପୁଣିଥରେ ଏକ୍ସ ପୋଷ୍ଟ ପାଇଁ ଚର୍ଚ୍ଚାରେ ଏଲନ ମସ୍କ।

ନୂଆଦିଲ୍ଲୀ: ଆମେରିକୀୟ କୋଟିପତି ଏବଂ ଟେସଲାର ସିଇଓ ଏଲୋନ ମସ୍କ ଆଜିକାଲି ବିଶ୍ୱର ସବୁଠାରୁ ଚର୍ଚ୍ଚିତ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ସେ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ବହୁତ ସକ୍ରିୟ ଏବଂ ନିୟମିତ ପୋଷ୍ଟ କରୁଛନ୍ତି । ତାଙ୍କର ପୋଷ୍ଟଗୁଡ଼ିକ ସାରା ବିଶ୍ୱରେ ଆଲୋଚନା ହୁଏ । ବର୍ତ୍ତମାନ ସେ ମଙ୍ଗଳ ଗ୍ରହର ଭିଡିଓ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି ।

ଅଲିଙ୍କ ପୋଷ୍ଟକୁ ରିପୋଷ୍ଟ କଲେ ମସ୍କ- ୪୫ ବର୍ଷୀୟ ଅଲି ପ୍ରାୟତଃ ଟ୍ୱିଟରରେ ତାଙ୍କର ଚିନ୍ତାଧାରା, ଆଗ୍ରହ ଏବଂ ଆକର୍ଷଣୀୟ ଭିଡିଓ ସେୟାର କରନ୍ତି, କିନ୍ତୁ ତାଙ୍କୁ ଜଣା ନଥିଲା ଯେ ତାଙ୍କ ପୋଷ୍ଟଗୁଡ଼ିକ ଏଲୋନ ମସ୍କଙ୍କ ଦୃଷ୍ଟି ଆକର୍ଷଣ କରିପାରିବ । ଅଲି X ରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ନାସାର କ୍ୟୁରିଓସିଟି ରୋଭରରୁ ଉଠାଯାଇଥିବା ମଙ୍ଗଳ ଗ୍ରହର ଫୁଟେଜ୍ ଥିଲା।

ମସ୍କ ‘ମଙ୍ଗଳ ଗ୍ରହକୁ ଯିବାର ସମୟ’ କ୍ୟାପସନ ସହିତ ତାଙ୍କ ପୋଷ୍ଟକୁ ପୁନଃ ପୋଷ୍ଟ କରିଛନ୍ତି । ତାଙ୍କର ପୋଷ୍ଟ ଏତେ ଭାଇରାଲ ହୋଇଥିଲା ଯେ ଏହାକୁ ଏପର୍ଯ୍ୟନ୍ତ କୋଟି କୋଟିରୁ ଅଧିକ ଥର ଦେଖାଯାଇସାରିଛି । ଏହି ପୋଷ୍ଟଟି 66 ଲକ୍ଷ ଲାଇକ୍, 57,000 ମନ୍ତବ୍ୟ ପାଇଛି ଏବଂ 64,000 ଥର ରିପୋଷ୍ଟ ହୋଇଛି ।