(Video) ଏଲନ ମସ୍କଙ୍କ ସ୍ପେସଏକ୍ସକୁ ପୁଣି ବଡ଼ ଝଟକା: ଛିନ୍ନଛତ୍ର ହୋଇଗଲା ଷ୍ଟାରସିପ୍ ରକେଟ୍‌

ସ୍ପେସଏକ୍ସ ଗୁରୁବାର ଏକ ଟେଷ୍ଟ ଉଡାଣ ଲଞ୍ଚ କରିଥିଲା, ହେଲେ ଷ୍ଟାରସିପ୍ ରକେଟ ଉଡାଣ ଭରିବାର ୮ ମିନିଟ ପରେ ଯୋଗାଯୋଗ ହରାଇଥିଲା। ଏହାପରେ ୪୦୩ ଫୁଟର ରକେଟ ଫ୍ଲୋରିଡାରେ ବ୍ଲାଷ୍ଟ ହୋଇଗଲା।

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ସ୍ପେସଏକ୍ସକୁ ପୁଣି ବଡ଼ ଝଟକା ଲାଗିଛି। ସ୍ପେସଏକ୍ସ ଗୁରୁବାରରେ ଏକ ଟେଷ୍ଟ ଉଡାଣ ଲଞ୍ଚ କରିଥିଲା, ହେଲେ ଷ୍ଟାରସିପ ରକେଟ ଉଡାଣ ଭରିବା ପରେ ଯୋଗାଯୋଗ ହରାଇଥିଲା। ଏହାପରେ ୪୦୩ ଫୁଟର ରକେଟ କିଛି ସମୟ ପରେ ଫ୍ଲୋରିଡାରେ ବ୍ଲାଷ୍ଟ ହୋଇଗଲା।

ଆଗରୁ ବି ହୋଇଛି ରକେଟ୍ ବିସ୍ଫୋରଣ: ଏହା ପ୍ରଥମ ଥର ନୁହେଁ ମସ୍କଙ୍କ ସ୍ପେସଏକ୍ସକୁ ଏଭଳି ବିସ୍ଫୋରଣର ସାମ୍ନା କରିବାକୁ ପଡିଛି। ଏହା ପୂର୍ବରୁ ମଧ୍ୟ ୨ ମାସ ପୂର୍ବରୁ ହିଁ ଏଲନ ମସ୍କଙ୍କ ସ୍ପେସଏକ୍ସର ଆଶା ଚୁରମାର ହୋଇଯାଇଥିଲା।

୨ ମାସ ପୂର୍ବରୁ ରକେଟ୍ ତୁର୍କୀ ଏବଂ କାଇକୋସ ଦ୍ୱୀପପୁଞ୍ଜରେ ଏହି ରକେଟ ବିସ୍ଫୋରଣ ହୋଇଥିଲା।

ଫେଲ ହେଲା ପ୍ଲାନ: ଫେଲ୍ ହେଲା ପ୍ଲାନ: ସ୍ପେସ-ସ୍କିମିଂ ଫ୍ଲାଇଟ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଆନ୍ତା। କିନ୍ତୁ ପ୍ଲାନ ଅନୁଯାୟୀ, ମକ ସାଟେଲାଇଟକୁ ମହାକାଶରେ ଛଡାଯାଇପାରିନଥିଲା।

ରକେଟରେ ସମସ୍ୟା ଆସିବା ପୂର୍ବରୁ ମହାକାଶଯାନ ପାଖାପାଖି ୧୫୦କିମିର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଏହାପରେ ବ୍ଲାଷ୍ଟହେଲା ଏବଂ ରକେଟ ଚୁରମାର ହୋଇଗଲା।