fbpx

ଚର୍ଚ୍ଚାରେ ଏଲନ ମସ୍କଙ୍କ ବାନ୍ଧବୀ ଗ୍ରାଇମ୍ସ, ପିଠିରେ ରହିଛି ଏଲିୟନ୍‌ଙ୍କ ଟାଟୁ !

ନୂଆଦିଲ୍ଲୀ; ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଏଲନ ମସ୍କଙ୍କ ବାନ୍ଧବୀ ଗ୍ରାଇମ୍ସ ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ନିଜର ଏକ ଟପ୍‌ଲେସ୍‌ ଫଟୋ ସେ ଶେୟାର କରିଛନ୍ତି । ଏହି ଫଟୋରେ ସେ ନିଜ ପିଠିରେ ଟାଟୁ ଦେଖାଇଛନ୍ତି । ଫଟୋ ଶେୟାର କରିବା ପରଠୁ ଗ୍ରାଇମ୍ସ  ଟ୍ରେଣ୍ଡରେ ଅଛନ୍ତି । କାନାଡା ବାସିନ୍ଦା ୩୩ ବର୍ଷୀୟା ଗ୍ରାଇମ୍ସ ଜଣେ ଗାୟିକା-ସଙ୍ଗୀତ ଲେଖିକା ।

ଇନ୍‌ଷ୍ଟାରେ ସେ ନିଜର ଯେଉଁ ଟପ୍‌ଲେସ୍‌ ଫଟୋ ଶେୟାର କରିଛନ୍ତି, ସେଥିରେ ତାଙ୍କ ସମ୍ପୂର୍ଣ୍ଣ ପିଠିରେ ଅଙ୍କାବଙ୍କା ଗାର ଟଣାଯାଇଛି । ଫଟୋ ସହିତ ସେ କ୍ୟାପସନ୍‌ ଲେଖିଛନ୍ତି ଏଲିୟନ୍‌ ଦାଗ । ଅର୍ଥାତ୍‌ ଏଲିୟନ୍‌ ଥିମ୍‌ ଉପରେ ସେ ଟାଟୁ କରାଇଥିବା ସୂଚନା ଦେଇଛନ୍ତି । ପୁରା ପିଠିରେ ଏହି ଟାଟୁ ଆଙ୍କିବାକୁ ତାଙ୍କୁ ଖୁବ୍‌ କଷ୍ଟ ସହିବାକୁ ପଡିଛି । ଫଟୋ ସହ କ୍ୟାପସନ୍‌ ଦେଇ ସେ ଆହୁରି ଲେଖିଛନ୍ତି ମୋ ପାଖରେ ଏବେ ଆଉ ଭଲ ଫଟୋ ନାହିଁ । ଏହି ଟାଟୁ କରାଇବାରେ ମୋତେ ବହୁତ କଷ୍ଟ ହୋଇଛି, ତେଣୁ ମୁଁ ଶୋଇବାକୁ ଚାହଁଛି । ଟାଟୁ କରାଇବା ପରେ ପିଠିରେ ଯେଉଁ ଲାଲ ଦାଗ ହୋଇଛି ତାହା କିଛି ସପ୍ତାହ ରହିବ । କିନ୍ତୁ ସୁନ୍ଦର ଏଲିୟନ୍‌ ଦାଗ ହୋଇ ରହିବ । ଗ୍ରାଇମ୍ସଙ୍କ ପ୍ରକୃତ ନାଁ କ୍ଲେୟାର ଏଲିସ୍‌ ବାଉଚର । ଏଲିୟନ୍‌ଙ୍କୁ ନେଇ ତାଙ୍କର ଖୁବ୍‌ ରୁଚି ରହିଛି । ମଙ୍ଗଳ ଗ୍ରହରେ ରହିବା ତାଙ୍କ ସ୍ୱପ୍ନ ବୋଲି ସେ ପୂର୍ବରୁ କହିଛନ୍ତି । ୫୦ ବର୍ଷ ବୟସରେ ମଙ୍ଗଳ ଗ୍ରହରେ ସେ ମାନବ ସଭ୍ୟତା ଆରମ୍ଭ କରିବାକୁ ଚାହୁଁଥିବା କହିଥିଲେ । ନିଜ ୟୁଟ୍ୟୁବ୍‌ ଚ୍ୟାନ୍‌ରେ ସେ କହିଥିଲେ, ମଙ୍ଗଳ ଗ୍ରହରେ ଜୀବନ ଖୁବ୍‌ ଚ୍ୟାଲେଜିଂ ହୋଇପାରେ । କିନ୍ତୁ ଏଥିାଇଁ ସେ କଠିନ ପରିଶ୍ରମ କରିବାକୁ ଚାହୁଁଛନ୍ତି । ବଞ୍ଚିଥିବା ଯାଏ ଏହି ସ୍ୱପ୍ନ ପୂରଣ କରିବାକୁ ପ୍ରୟାସ କରିବେ ବୋଲି ଗ୍ରାଇମ୍ସ କହିଥିଲେ । ସେପଟେ ଏଲନ୍‌ ମସ୍କଙ୍କ କମ୍ପାନୀ ମଧ୍ୟ ମଙ୍ଗଳ ଗ୍ରହରେ ମାନବ ସଭ୍ୟତା ସ୍ଥାପନ କରିବାକୁ ପ୍ରୟାସ ଚଳାଇଛି । ଏ ନେଇ ସେ ଅନେକ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଯୋଜନା ଚଳାଇଛନ୍ତି ।

Get real time updates directly on you device, subscribe now.