fbpx
BJD SKY
BJD SKY

ସାପ ବିଷ ମାମଲାରେ ପୋଲିସ ଆଗରେ ସତ ମାନିଲେ ଏଲଭିସ ଯାଦବ

BJD

ନୂଆଦିଲ୍ଲୀ: ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ଯୋଗାଉଥିବା ସ୍ୱୀକାର କରିଛନ୍ତି ବିଗବସ୍ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ।୨୬ ବର୍ଷୀୟ ଏଲଭିସ ପୂର୍ବରୁ ସାପ ବିଷ ଯୋଗାଉଥିବା ନେଇ ଅସ୍ୱୀକାର କରିଥିଲେ। କିନ୍ତୁ ଆଜି ପୋଲିସ ଆଗରେ ନିଜେ ଗୁମର ଖୋଲିଥିବା ବିଶେଷସୂତ୍ରରୁ ଜଣାପଡିଛି। ତେବେ ରେଭ ପାର୍ଟିରୁ ହିଁ ଅଭିଯୁକ୍ତଙ୍କୁ ଜାଣିଥିବା ବର୍ତ୍ତମାନ ପୋଲିସ ସାମ୍ନାରେ ମାନିଛନ୍ତି ଏଲଭିସ। ସାପ ବିଷ ଯୋଗାଉଥିବା ମାମଲାରେ ଗତକାଲି ଏଲଭିସ ଯାଦବଙ୍କୁ ଉତ୍ତରପ୍ରଦେଶ ନୋଏଡା ପୋଲିସ ଗିରଫ କରିଥିଲା।

ସୂଚନା ଥାଉକି, ନୋଏଡାରେ ସାପ ବିଷ ଯୋଗାଇବା ମାମଲାରେ ବିଗ୍ ବସ୍ ଓଟିଟି ବିଜେତା ଏଲଭିସ୍ ଯାଦବଙ୍କ ନାମ ସାମ୍ନାକୁ ଆସିଥିଲା। ଗତ ବର୍ଷ ସେକ୍ଟର ୩୯ରେ ନୋଏଡା ପୋଲିସ ଏଲଭିସ୍ ଯାଦବଙ୍କ ବିରୁଦ୍ଧରେ ସାପ ବିଷ ମାମଲାରେ ଏଫଆଇଆର ରୁଜୁ କରିଥିଲା। ତେବେ ଏଲଭିସ୍ ଯାଦବଙ୍କ ଉପରେ ଅଭିଯୋଗ ଅଛି କି ସେ ରେବ୍ ପାର୍ଟି ଲାଗି ସାପ ବିଷର ଯୋଗାଡ କରୁଥିଲେ ଓ ନିଜର ଭିଡିଓ ଶୁଟ୍ ସମୟରେ ସାପର ବ୍ୟବହାର କରୁଥିଲେ । ଏଥିପାଇଁ ଏଲଭିସଙ୍କୁ ପଚରାଉଚରା କରିବା ପାଇଁ ପୋଲିସ ଡାକିଥିଲା। ଦୀର୍ଘ ଘଣ୍ଟା ଧରି ପଚରାଉଚରା ପରେ କାଲି ଗିରଫ ହୋଇଥିଲେ ଏଲଭିସ। ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଙ୍ଘନ ମାମଲାରେ ତାଙ୍କୁ ଗିରଫ କରାଯାଇଛି।

ଏଠାରେ କହି ରଖୁ ଯେ, ନୋଏଡାରେ ସାପ ବିଷ ଯୋଗାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ ସମୟରେ ଏଲଭିସ ଯାଦବଙ୍କ ନାଁ ତଦନ୍ତ ଘେରକୁ ଆସିଥିଲା। ମାମଲାରେ ପୋଲିସ ୪ ଜଣ ସାପଧରାଳିଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା। ଚଢ଼ାଉ ବେଳେ ୯ଟି ସାପ ସହ ସାପବିଷ ଜବତ କରାଯାଇଥିଲା।

 

Get real time updates directly on you device, subscribe now.