fbpx
BJD
BJD SKY
BJD SKY

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ବଢ଼ିଲା ରିମାଣ୍ଡ ଅବଧି, ଆଉ ୩ ଦିନ ପାଇଁ କୋର୍ଟଙ୍କ ଅନୁମତି

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ ରବିବାର ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ଏହା ସହ ପୁଣି ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଆବେଦନ କରିଛି କ୍ରାଇମବ୍ରାଞ୍ଚ । ତେବେ ଜେଏମଏଫସି କୋର୍ଟ ୫ ଦିନ ବଦଳରେ ୩ ଦିନ ରିମାଣ୍ଡରେ ଯିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଶର୍ମିଷ୍ଠା ଏବଂ ଝୁନାଙ୍କୁ ୩ ଦିନ ରିମାଣ୍ଡ ନେବାକୁ ଅନୁମତି ଦେଇଥିବାବେଳେ ନରଞ୍ଜନ ସେଠୀ ଏବଂ ରଞ୍ଜନଙ୍କୁ ଜେଲ ପଠାଇଛନ୍ତି ।

ସୂଚନାଯୋଗ୍ୟ, ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ସରୁଛି ୪ ଅଭିଯୁକ୍ତଙ୍କ ରିମାଣ୍ଡ । ତେବେ ପ୍ରଥମେ ମିଳିଥିବା ୫ ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚଙ୍କୁ ସଫଳତା ମିଳିଥିବା ବେଳେ ଅନେକ ତଥ୍ୟ ମିଳିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ସତ ମଧ୍ୟ ମାନିଛି । ରବିବାର ୪ ଅଭିଯୁକ୍ତଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମ୍ରାଞ୍ଚ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର ସହ ରିମାଣ୍ଡ ଆବେଦନ । ୪ ଅଭିଯୁକ୍ତ ଶର୍ମିଷ୍ଠା, ନିରଞ୍ଜନ, ଝୁନା ଓ ରଞ୍ଜନଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

Get real time updates directly on you device, subscribe now.