fbpx

କେରଳରୁ ଆସିଲା ଲଜ୍ଜାଜନକ ଘଟଣା: ଗର୍ଭବତୀ ଛେଳିକୁ ବଳାତ୍କାର କରି ହତ୍ୟା

Advertisement

ନୂଆଦିଲ୍ଲୀ: କେରଳ କାସରଗୋଡ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ୪ ମାସର ଗର୍ଭବତୀ ଛେଳୀକୁ କଳାକ୍ରାର କରିବା ସହ ହତ୍ୟା କରାଯାଇଛି । ପୋଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିସାରିଛି ।

ସୂଚନା ଅନୁସାରେ, ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିଲା । ଛେଳିଟି ଏକ ହୋଟେଲରେ ରହୁଥିଲା । ଅନ୍ୟପଟେ ଅଭିଯୁକ୍ତ ଜଣ ତାମିଲନାଡୁର ବାସିନ୍ଦା ହୋଇଥିବା ବେଳେ ସେ ସେହି ହୋଟେଲରେ କାମ କରୁଥିଲା । ହୋଟେଲ ମାଲିକ ହିଁ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ହୋଟେଲ ମାଲିକଙ୍କ କହିବା ମୁତାବକ, ମଙ୍ଗଳବାର ରାତି ୧୧ଟା ପାଖାପାଖି ଛେଳିର ସ୍ୱର ଶୁଣି ସମସ୍ତ କର୍ମଚାରୀ ଉଠିପଡିଥିଲେ । ନିକଟରେ ଗୋଟିଏ ଗର୍ଭବତୀ ଛେଳି ପଡିଥିଲା ଓ ତାର ରକ୍ତ ବୋହୁଥିବା ସେମାନେ ଦେଖିବାକୁ ପାଇଥିଲେ । ସେଠାରୁ ଜଣେ ବ୍ୟକ୍ତି ଦୌଡ଼ି ପଳାଉଥିବାର ଦେଖିବାକୁ ମିଳିଥିଲା । ପରେ ତାହାକୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଥିଲା । ସେ ସେହି ହୋଟେଲରେ ପ୍ରାୟ ୨ ବର୍ଷ ହେବ କାମ କରୁଥିବା ମାଲିକ କହିଛନ୍ତି ।

ହୋଟେଲ କର୍ମଚାରୀ ତୁରନ୍ତ ଅଭିଯୁକ୍ତକୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ । କାସରଗୌଡ ପୋଲିସ ଏହି ମାମଲାରେ ଏଫଆଇଆର ରୁଜୁ କରିଛି । ସରକାରୀ ପଶୁ ଡାକ୍ତର ଛେଳିର ପୋଷ୍ଟମର୍ଟମ କରିଥିଲେ । ସେଥିରୁ ଜଣାପଡିଲା ଯେ, ଛେଳି ସହ ଅପ୍ରାକୃତିକ ଯୌନ ସମ୍ପର୍କ କରାଯାଇଥିଲା । ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ।

Get real time updates directly on you device, subscribe now.