CHARIDHAM

ବିଗ୍ ବାଶ୍ ଲିଗ୍‌ରେ ସିଡିନ୍ ଥଣ୍ଡର୍ସର ଲଜ୍ଜାଜନକ ପରାଜୟ, ମାତ୍ର ୧୫ ରନ୍‌ରେ ଅଲଆଉଟ୍ ହେଲା ପୂରା ଟିମ୍‌

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଘରୋଇ ଟି-୨୦ ଲିଗ୍ ବିଗ୍ ବାଶ୍ ଲିଗ୍ ୨୦୨୨ ଆରମ୍ଭ ହୋଇଯାଇଛି । ଶୁକ୍ରବାର ଏକ ମ୍ୟାଚ୍‌ରେ ସିଡିନ୍ ଥଣ୍ଡର୍ସ ଆଡିଲେଡ୍ ଷ୍ଟ୍ରାଇକରର୍ସକୁ ମାତ୍ର୧୫ ରନ୍‌ରେ ଅଲଆଉଟ୍ କରି ଦେଇଛି । ଏହା ସହିତ ଟି -୨୦ କ୍ରିକେଟ୍ ରେ ସବୁଠୁ କମ୍ ସ୍କୋର କରିବାର ରେକର୍ଡ ମଧ୍ୟ ଆଡିଲେଡ୍ ଷ୍ଟ୍ରାଇକର୍ସ ନାଁରେ ଯୋଡି ହୋଇଛି।

ଏହି ମ୍ୟାଚ୍‌ରେ ଷ୍ଟ୍ରାଇକର୍ସ ପ୍ରଥମେ ବ୍ୟାଟିଂ କରି ୧୩୯ ରନ୍ ସ୍କୋର କରିଥିଲେ, ଏହାର ଜବାବରେ ଥଣ୍ଡର୍ସ ୫.୫ ଓଭରରେ ୧୫ ରନ୍ କରି ଅଲ୍ ଆଉଟ୍ ହୋଇଥିଲେ । ଟି -୨୦ କ୍ରିକେଟ୍ ଇତିହାସରେ ଏହା ହେଉଛି ସବୁଠାରୁ ଛୋଟ ସ୍କୋର । ଏହାପୂର୍ବରୁ ଏହି ରେକର୍ଡ ତୁର୍କୀ ନାଁରେ ଥିଲା ଯାହା ୨୦୧୯ ରେ ଚେକ୍ ରିପବ୍ଲିକ୍ ବିପକ୍ଷରେ ୨୧ ରନ୍ ଥିଲା ।

ବଲ୍ ଦୃଷ୍ଟିରୁ ଟି -୨୦ କ୍ରିକେଟ୍ ରେ ଏହା ମଧ୍ୟ ସବୁଠାରୁ ଛୋଟ ଇନିଂସ । ଏହି ଇନିଂସରେ ଥଣ୍ଡର ମାତ୍ର ୩୫ ଟି ବଲ ଖେଳିଥିବାବେଳେ ସ୍ପୋର୍ଟିଂ କ୍ଲବ୍ ୱିଟ୍ରିରି ଡେ ଟି -୨୦ ୨୦୧୩ ରେ ପ୍ରାଇମ ବ୍ୟାଙ୍କ ବିପକ୍ଷରେ ୫୨ ବଲରେ ୪୫ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ ।

୧୪୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଥଣ୍ଡର୍ସ ଦଳର ବ୍ୟାଟ୍ସମ୍ୟାନ୍ମାନେ ଆରମ୍ଭରୁ ଆଣ୍ଠୁମାଡ଼ି ପଡିଥିଲେ । ଦଳର ଲଜ୍ଜାଜନକ ପ୍ରଦର୍ଶନକୁ ଆପଣ ଅନୁମାନ କରିପାରିବେ ଯେ ୧୦ ନମ୍ବର ବ୍ୟାଟ୍ସମ୍ୟାନ୍ ବ୍ରାଣ୍ଡେନ୍ ଡୋଗେଟ୍ ଦଳ ପାଇଁ ସର୍ବାଧିକ ୪ ରନ୍ ସ୍କୋର କରିଛନ୍ତି । ଦଳ ମାତ୍ର ୯ ରନ୍‌ରେ ୫ ୱିକେଟ୍ ହରାଇଥିଲା ।