‘ମୋତେ ଅର୍ଶ ହୋଇଛି ଛୁଟି ଦରକାର’, ପ୍ରମାଣ ମାଗିବାରୁ ମାଲିକଙ୍କୁ ଏପରି ଫଟୋ ପଠାଇଲା କର୍ମଚାରୀ

ନୂଆଦିଲ୍ଲୀ: ଅର୍ଶ ରୋଗ ମଣିଷଙ୍କୁ ଅନେକ ସମସ୍ୟାରେ ପକାଇଥାଏ। ଏହା କଷ୍ଟକର ମଧ୍ୟ ହୋଇଥାଏ। ଗମ୍ଭୀର ମାମଲାରେ ଏଥିରୁ ରକ୍ତ ମଧ୍ୟ ବାହାରିଥାଏ। ସାଧାରଣ ଭାବେ ଏହାର ଚିକିତ୍ସା ଗରମ ପାଣିରେ ଗାଧୋଇବା, ମଲମ ଲଗାଇବା ଏବଂ ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନେବା। ଅନେକ ଲୋକେ ଏହି ସମସ୍ୟା ବିଷୟରେ ଖୋଲାଖୋଲି ଭାବେ କଥା ହେବା ପାଇଁ ନିଜକୁ ଅସହଜ ମନେକରନ୍ତି। ତେବେ ଏହି ରୋଗକୁ ନେଇ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଅଫିସରେ ଏହି କାରଣ ପାଇଁ ଯେତେବେଳେ କର୍ମଚାରୀ ଜଣକ ବସଙ୍କୁ ଛୁଟି ମାଗିଲେ। ବସ ତାଙ୍କୁ ପ୍ରମାଣ ମାଗିଥିଲେ।

ମ୍ୟାନେଜର ଯେତେବେଳେ ସେହି କର୍ମଚାରୀଙ୍କୁ ଅର୍ଶର ମେଡିକାଲ ପ୍ରମାଣ ମାଗିଥିଲେ, ସେତେବେଳେ ସେ ଏପରି କିଛି କରିଥିଲେ ଯାହାକୁ ଦେଖି ବସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନା ମୁତାବକ, କର୍ମଚାରୀ ଖୁଲାସା କରିଥିଲା ଯେ, ମୁଁ ଅର୍ଶ କାରଣରୁ ଛୁଟି ନେଇଥିଲି ଏବଂ ମୋତେ ଚାଲିବାରେ ଅସୁବିଧା ହେଉଥିଲା। ମୋତେ ମୋ ମ୍ୟାନେଜର ପ୍ରମାଣ ମାଗିଲେ, ମୁଁ ତାଙ୍କୁ ମୋ ଅର୍ଶର ଫଟୋ ପଠାଇଦେଇଥିଲି।

ଏହି ଘଟଣା ପରେ କର୍ମଚାରୀ ଚିନ୍ତିତ ହୋଇଯାଇଥିଲେ, କାରଣ ସେ ଭାବୁଥିଲେ ସେ କମ୍ପାନୀର କୌଣସି ନିୟମକୁ ଉଲ୍ଲଘଂନ କରୁନାହାନ୍ତି ତ। ଯଦି ସେ ଏଚଆର ଏବଂ ପୋଲିସଙ୍କୁ କହିବେ ତେବେ ମୋତେ ଅସୁବିଧା ହେବ।

ଏହି ପୋଷ୍ଟ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଠାରେ ଅନେକ ୟୁଜର୍ସ ଅଫିସରୁ ଛୁଟି ମାଗିବାକୁ ନେଇ ନିଜର ଅନୁଭବକୁ ସେୟାର କରିଛନ୍ତି। କିଛି ଏପରି ଅସାମାନ୍ୟ ପରିସ୍ଥିତିର ସାମ୍ନା କରିଛନ୍ତି, ଯେଉଁଠାରେ ଛୁଟି ମାଗିବା କଷ୍ଟସାଧ୍ୟ ଅଟେ।

Get real time updates directly on you device, subscribe now.