fbpx

କେନ୍ଦ୍ର ସରକାରଙ୍କ ନୂଆ ନିୟମ: କର୍ମଚାରୀମାନେ ଅଫିସରେ କରିବେ ଯୋଗ, ଚାପମୁକ୍ତ ବଢ଼ାଇବ କାର୍ଯ୍ୟ ଦକ୍ଷତା

ନୂଆଦିଲ୍ଲୀ: ଯୋଗାସନ ପ୍ରତ୍ୟେକ ମଣିଷକୁ ମାନସିକ ଭାବେ ସୁସ୍ଥ ରଖିବା ନିମନ୍ତେ ନିହାତି ଅପରିହାର୍ଯ୍ୟ । ତେବେ ଖୁବଶୀଘ୍ର ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ଅଫିସ ସମୟରେ ଯୋଗ କରିପାରିବେ । କେନ୍ଦ୍ର ସରକାର ଏନେଇ ବିଧିବଦ୍ଧ ଭାବେ ନିୟମ ଲାଗୁ କରିବାକୁ ଯୋଜନା କରୁଛନ୍ତି । ଅଫିସ ସମୟରେ ଯୋଗ କରିବା ଫଳରେ କର୍ମଚାରୀମାନେ ଚାପମୁକ୍ତ ରହିପାରିବେ । ଫଳରେ ସେମାନେ ଖୁସି ମନରେ କାମ କରିବା ସହ ସେମାନଙ୍କର ଦକ୍ଷତା ଅଧିକ ବୃଦ୍ଧି ପାଇବ ।

ତେବେ କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଥିବା ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । କର୍ମଚାରୀମାନେ ଅଫିସ ଚେୟାରରେ ବସି ଯୋଗ କରିପାରିବେ । ଏହାକୁ ଯୋଗ ବ୍ରେକ ବା ୱାଇ-ବ୍ରେକ କୁହାଯିବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କର୍ମଚାରୀଙ୍କ ମହଲରେ ସ୍ୱାଗତ କରାଯାଇଛି । କର୍ମଚାରୀଙ୍କୁ ଅଫିସ ସମୟରେ ଚାପମୁକ୍ତ କରାଇବା ଲକ୍ଷ୍ୟ ନେଇ ଆୟୁଷ ମନ୍ତ୍ରଣାଳୟ ତରଫରୁ କେନ୍ଦ୍ର ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା । ଏହି ପ୍ରୋଟୋକଲର ଫିଡବ୍ୟାକ ସମସ୍ତଙ୍କୁ ଉତ୍ସାହିତ କରିଛି ।

ଅଫିସରେ କାମ କରୁଥିବା ଯେଉଁ କର୍ମଚାରୀମାନେ ବାହାରକୁ ଯାଇ ଯୋଗ ଅଭ୍ୟାସ କରିପାରିବେ ନାହିଁ ସେମାନଙ୍କ ପାଇଁ ମୋରାରଜୀ ଦେଶାଈ ଜାତୀୟ ଯୋଗ ପ୍ରତିଷ୍ଠାନ, ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କିଛି ନୂଆ ଫିଚର ଆଡ୍ କରାଯାଇଛି । କର୍ମଚାରୀମାନେ ଅଫିସରେ ଚେୟାରରେ ବସି ଅଳ୍ପ ବ୍ୟବଧାନର ଯୋଗ କରିପାରିବେ । ଏହା କର୍ମଚାରୀଙ୍କୁ କାର୍ଯ୍ୟରେ ଫୋକସ ରଖିବା ସହିତ ରିଫ୍ରେଶ ଓ ଚାପମୁକ୍ତ ରଖିବାରେ ସହାୟକ ହେବ । ଏଥିରେ ଆସ,ନ ପ୍ରାଣାୟମ, ଧ୍ୟାନ ଆଦି ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.