ବଡ ଖୁସି ଖବର, କର୍ମଚାରୀଙ୍କୁ ମିଳିବ ଡବଲ ପେନସନ: ସରକାରଙ୍କ ତରଫରୁ ସୂଚନା

ନୂଆଦିଲ୍ଲୀ: କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଏକ ବଡ ଘୋଷଣା କରାଯାଇଛି । ଏଣିକି ବୃଦ୍ଧି ପାଇବାକୁ ଯାଉଛି କର୍ମଚାରୀଙ୍କ ପେନସନ ରାଶି । ଖୁବଶୀଘ୍ର ପେନସନ ସୀମା ବୃଦ୍ଧି କରିବାକୁ ଯାଉଛନ୍ତି ସରକାର । ଏହାପରେ କର୍ମଚାରୀଙ୍କୁ ମିଳୁଥିବା ପେନସନ ଦୁଇଗୁଣ ହୋଇଯାଇପାରେ । ସରକାରଙ୍କର ଏହି ନିଷ୍ପତ୍ତି ପରେ ଆପଣଙ୍କ ଦରମା କମ୍ ଥିଲେ ମଧ୍ୟ, ପେନସନର ହିସାବ ୧୫,୦୦୦ ଟଙ୍କାରୁ ହିଁ ଆରମ୍ଭ ହେବ । ତେବେ ଏ ନେଇ ସୁପ୍ରିମକୋର୍ଟ ଶୁଣାଣି ଜାରି ରହିଛି ।

ସୁପ୍ରିମକୋର୍ଟରେ ବର୍ତ୍ତମାନ କର୍ମଚାରୀ ଭବିଷ୍ୟ ନିଧି ସଂଗଠନର ଏହି ବେତନ ସୀମାକୁ ବନ୍ଦ କରିବା ନେଇ ମାମଲା ଚାଲୁ ରହିଛି । ଏହାସହିତ ଇପିଏଫଓରେ ପେନସନର ହିସାବ ଗତ ବେତନ ଅର୍ଥାତ ଉଚ୍ଚ ବେତନ ବର୍ଗ ଉପରେ ମଧ୍ୟ ହୋଇପାରେ । ଇପିଏଫଓର ଏହି ନିଷ୍ପତ୍ତି ପରେ କର୍ମଚାରୀଙ୍କୁ ମିଳୁଥିବା ପେନସନରେ ବଡ ଫାଇଦା ମିଳିପାରେ । ଏମିତିକି ଏହାର ଦୁଇଗୁଣା ପେନସନର ଅଦିକାରୀ ହୋଇପାରନ୍ତି ସରକାରୀ କର୍ମଚାରୀ । ସୂଚନା ଅନୁସାରେ, ଗତବର୍ଷ ଅଗଷ୍ଟ ୧୨ ତାରିଖରେ ଭାରତ ସଂଘ ଏବଂ ଇପିଏଫଓ ଦାୟର ଯାଚିକାର ଗୋଟିଏ ବ୍ୟାଚକୁ ନେଇ ଶୁଣାଣିକୁ ସ୍ଥଗିତ ରଖିଥିଲେ ସୁପ୍ରିମକୋର୍ଟ । ଏଥିରେ କର୍ମଚାରୀଙ୍କ ପେନସନ ସୀମିତ କରା ଯାଇପାରିବ ନାହିଁ ବୋଲି କୁହାଯାଇଥିଲା । ବର୍ତ୍ତମାନ ଏହି ମାମଲା ନେଇ କୋର୍ଟରେ ଶୁଣାଣି ଜାରି ରହିଛି ।

ସୂଚନା ଥାଉ କି, ଏହି କର୍ମଚାରୀମାନେ ଭବିଷ୍ୟ ନିଧି ସଂଗଠନର ସଦସ୍ୟ ହୋଇଥାନ୍ତି ଏବଂ ଏମାନଙ୍କୁ ଇପିଏସର ସଦସ୍ୟ ବୋଲି ମଧ୍ୟ କୁହାଯାଏ । ସମସ୍ତ କର୍ମଚାରୀଙ୍କୁ ନିଜ ଦରମାର ୧୨ ପ୍ରତିଶତ ଭାଗ ଇପିଏଫରେ ଦିଆଯାଇଥାଏ । ଏହାସହିତ କର୍ମଚାରୀମାନଙ୍କୁ କମ୍ପାନୀ ତରଫରୁ ଦରମାର ୮.୩୩ ପ୍ରତିଶତ କର୍ମଚାରୀ ପେନସନ ଯୋଜନାକୁ ମଧ୍ୟ ମିଳିଥାଏ । କର୍ମଚାରୀଙ୍କୁ ୫୮ ବର୍ଷ ବୟସ ହେବା ପରେ ସେମାନେ ଏହି ପେନସନ ପାଇବାର ଯୋଗ୍ୟ ହୋଇପାରନ୍ତି । ତେବେ ଏଥିପାଇଁ ଜଣେ କର୍ମଚାରୀଙ୍କୁ ଅତି କମ୍ ରେ ୧୦ ବର୍ଷ ପର୍ଯ୍ୟନ୍ତ କାମ କରିବା ଆବଶ୍ୟକ ।