fbpx

Intelligence Bureauରେ ଖାଲିପଡିଛି ଅନେକ ପଦବୀ: ଦରମା ୫୬ ହଜାର, ୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

Intelligence Bureauରେ ଚାକିରି କରିବାକୁ ଚାହୁଁଥିଲେ ଆସିଛି ଖୁସିଖବର । ୧୦ମ ପାସ୍‌ କରିଥିବା ପ୍ରାର୍ଥୀଙ୍କ ପାଇଁ ଇଣ୍ଟେଲିଜେନ୍ସୀ ବ୍ୟୁରୋରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏଠାରେ ଏମଟିଏସ୍‌ ପଦବୀ ଖାଲି ପଡିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଠାରେ ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିରେ ଭର୍ତ୍ତି ପାଇଁ ଶେଷ ତାରିଖ ୨୫ ନଭେମ୍ବର ରହିଛି ।

ପଦବୀ ବିବରଣୀ : ୧୫୦

ସିକ୍ୟୁରିଟି ଆସିଷ୍ଟାଣ୍ଟ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ

ଶିକ୍ଷାଗତ ଯୋଗ୍ୟତା : ଏହିସବୁ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ୧୦ମ ପାସ୍‌ କରିଥିବା ଜରୁରୀ। ଏହାସହିତ ସ୍ଥାନୀୟ ଭାଷା ମଧ୍ୟ ଜାଣିଥିବା ଜରୁରୀ।

ବୟସ ସୀମା : ନୋଟିଫିକେସନ ଅନୁଯାୟୀ, ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ନିର୍ଦ୍ଧାରିତ କରାଯାଇଛି।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସକୁ ୧୮ ହଜାରରୁ ଆରମ୍ଭ କରି ୫୬,୯୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା/ଅଫଲାଇନ ପରୀକ୍ଷା, ସାକ୍ଷାତକାର/ପର୍ସନାଲିଟି ଟେଷ୍ଟ ଆଧାରରେ କରାଯିବ। ଅନଲାଇନ ପରୀକ୍ଷାରେ ସମସ୍ତ ପ୍ରଶ୍ନର ଅପସନ ରହିବ। ସାଧାରଣ ଜ୍ଞାନ, ଇଂଲିଶ, ଗଣିତ ଇତ୍ୟାଦିରେ ପ୍ରଶ୍ନ ପଚାରାଯିବ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ ଶୁଳ୍କ ୪୫୦ ଟଙ୍କା ରହିଛି।

କେମିତି କରିବେ ଆବେଦନ : ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଏହାର ଅଫିସିଆଲ େଓ୍ଵବସାଇଟ www.mha.gov.in କୁ ଯାଇ ୨୫ ନଭେମ୍ବର ୨୦୨୨ ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ।

Get real time updates directly on you device, subscribe now.