fbpx

ଏନ୍‌କାଉଣ୍ଟରରେ ପୁଣି ଟଳିଲେ ୨ଆତଙ୍କୀ, କିନ୍ତୁ ଜଣେ ଯବାନ ସହିଦ

ଜାମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ପୁଣି ଥରେ ମୁଁହାମୁଁହି ହୋଇଛନ୍ତି ସୁରକ୍ଷାକର୍ମୀ-ଆତଙ୍କବାଦୀ। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିବା ଜଣାପଡିଛି । କିନ୍ତୁ ଦୁଃଖର ଖବର ଆସିଛି ଯେ, ଏନ୍‌କାଉଣ୍ଟରେ ଜଣେ ସିଆର୍‌ପିଏଫ୍‌ ଯବାନ ମଧ୍ୟ ସହିଦ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ତେବେ ପୁଲଓ୍ୱାମାରେ ବନ୍ଦଜୁ ଅଞ୍ଚଳରେ ପାଞ୍ଚଜଣ ଆତଙ୍କୀ ଲୁଚି ରହିଥିବାର ସୂଚନା ମିଳିଥିଲା । ଖବର ମିଳିବା ମାତ୍ରେ ପୋଲିସ-ସୁରକ୍ଷାକର୍ମୀ ପୁରା ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ । ପରେ ଉଭୟ ପକ୍ଷରୁ ଗୁଳିମାଡ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.