CHARIDHAM

Researchରୁ ବଡ଼ ଖୁଲାସା: Energy Drink କମାଇ ଦେବ ଆୟୁଷ, ମାତ୍ରାଧିକ ସେବନ ବଢ଼ାଏ ହୃଦଘାତ ଆଶଙ୍କା

ଶରୀରକୁ ଯେତିକି ଶକ୍ତି ଯୋଗାଏ ତା’ଠାରୁ ଅଧିକ କ୍ଷତି କରେ । ଜାଣନ୍ତୁ ଏନର୍ଜି ଡ୍ରିଙ୍କ କ୍ଷତିକାରକ କ’ଣ ପାଇଁ ।

ଓଡ଼ିଶା ଭାସ୍କର: ଆଜିକାଲି ଏନର୍ଜି ଡ୍ରିଙ୍କର ଜମାନା । କାରଣ ସବୁ ସେଲବ୍ରିଟି ଓ ଇଣ୍ଟରନେଟ୍ ଇନଫ୍ଲୁଏନ୍ସର ଏନର୍ଜି ଡ୍ରିଙ୍କର ଆଡଭାଟାଇଜମେଣ୍ଟ କରୁଛନ୍ତି, ଯାହାକୁ ଲୋକେ ଦେଖି ଏହି ଡ୍ରିଙ୍କ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ।

କିନ୍ତୁ ବଜାରରେ ମିଳୁଥିବା ଓ ଅଧିକମାତ୍ରାରେ ଲୋକେ ପିଉଥିବା ଏହି ଏନର୍ଜି ଡ୍ରିଙ୍କ ସତରେ ଆମ ଶରୀରକୁ ଶକ୍ତି ଯୋଗାଉଛି କି ଆମ ଅଙ୍ଗପ୍ରତଙ୍ଗ ଉପରେ ଖରାପ ପ୍ରଭାବ ପକାଉଛି ତା’ ବିଷୟରେ ଆମେ ଜାଣିବା…

ହାୱର୍ଡ ଟିଏଚ ଚାନ୍ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥର ଏକ ଷ୍ଟଡିି ଅନୁସାରେ ଏକ୍ସରସାଇଜ କରିବା ପରେ ଏନର୍ଜି ଡ୍ରିଙ୍କ ପିଇଲେ ଶରୀରକୁ ଉର୍ଜା ମିଳେ କିନ୍ତୁ ହୃତପିଣ୍ଡରେ ଏହାର କୁପ୍ରଭାପ ପଡ଼ିଥାଏ । ଏଥିସହ ଏକ୍ସରସାଇଜର କୌଣସି ଫଳ ମିଳି ନ ଥାଏ ।

ଶରୀର ଖରାପ ହେବା ସହ ହାର୍ଟକୁ ଏହା ଅଧିକ ପ୍ରଭାବିତ କରିଥାଏ । ଏନର୍ଜି ଡ୍ରିଙ୍କରେ ଥିବା ଉପାଦାନ ଶରୀର ପ୍ରତି ହାନୀକାର ହୋଇଥାଏ । ଏହା ଆମ ଶରୀରକୁ ଯେତିକି ଏନର୍ଜି ଯୋଗାଏ ତା’ଠାରୁ ଅଧିକ କ୍ଷତି କରିଥାଏ ।

ହାର୍ଟ ଆଟାକ କରାଏ: ଏହି ପାନୀୟରେ କେଫିନ ଅଧିକ ମାତ୍ରାରେ ଥିବା କାରଣରୁ ଆମ ହୃତପିଣ୍ଡ ଉପରେ ଏହାର ପ୍ରଭାବ ପଡ଼େ । ବିଶେଷ କରି ହାର୍ଟର କାର୍ଡିଓ ଭାସ୍କୁଲାର ସିଷ୍ଟମ ଉପରେ ଏହା ଅଧିକ ପ୍ରଭାବ ପକାଏ । ଯାହାଫଳରେ ହାର୍ଟ ଆଟାକର ଆଶଙ୍କା ବଢ଼ିଯାଏ ।

ବ୍ଲଡ ପ୍ରେସର ବଢ଼େ: ରିସର୍ଚ୍ଚ ଅନୁସାରେ ଏନର୍ଜି ଡ୍ରିଙ୍କ ଯୋଗୁ ରକ୍ତଚାପ ବଢ଼ିଥାଏ । ସେହିପରି ଏନର୍ଜି ଡ୍ରିଙ୍କରେ ମାତ୍ରାଧିକ ସୁଗାର ଥିବା କାରଣରୁ ଶରୀରରେ ସୁଗାର ଲେବଲକୁ ବଢ଼ାଇଦିଏ ଏହି ପାନୀୟ ।

ଅଧ୍ୟୟନ ଅନୁସାରେ ମାତ୍ରାଧିକ ଏନର୍ଜି ଡ୍ରିଙ୍କ ପିଇବା ଦ୍ୱାରା ହୃତପିଣ୍ଡ ରୋଗୀଣା ହୋଇଯାଏ । ପୂର୍ବରୁ ଯେଉଁ ଲୋକମାନେ ହୃତପିଣ୍ଡ ଜନିତ ରୋଗରେ ପୀଡ଼ିତ ସେମାନଙ୍କ ଶରୀର ପ୍ରତି ଅଧିକ ବିପଦ ଡାକିଆଣେ ଏନର୍ଜି ଡ୍ରିଙ୍କ ।