fbpx
BSKY
BJD MC SKY
BJD MS SKY

ପ୍ରଥମ ଟେଷ୍ଟ: ଲଞ୍ଚ ସୁଦ୍ଧା ଇଂଲଣ୍ଡ ୬୧/୨

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟର ପ୍ରଥମ ସେସନରେ ସମ୍ମାନ ଭାଗ କରିଛନ୍ତି ଉଭୟ ଦଳ । ପ୍ରଥମ ଦିନର ଲଞ୍ଚ ସୁଦ୍ଧା ଇଂଲଣ୍ଡ ୨୫ ଓଭର ବ୍ୟାଟିଂ କରି ୬୧ ରନରେ ଦୁଇ ୱିକେଟ ହରାଇଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡକୁ ପ୍ରଥମ ଓଭରରେ ଝଟକା ଦେଇଥିଲେ ଜସପ୍ରୀତ ବୁମରା । ବୁମରା ପ୍ରଥମ ଓଭରର ପଞ୍ଚମ ବଲରେ ଖାତା ଖୋଲିବା ପୂର୍ବରୁ ରୋରି ବର୍ଣ୍ଣସଙ୍କୁ ଆଉଟ କରିଥିଲେ । ୱିକେଟ ସାମ୍ନାରେ ବର୍ଣ୍ଣସଙ୍କୁ ଫସାଇାବରେ ସକ୍ଷମ ହୋଇଥିଲେ ବୁମରା ।

ଦ୍ୱିତୀୟ ୱିକେଟରେ ଡୋମିନିକ ସିବଲୀ ଓ ଜ୍ୟାକ କ୍ରଲିଙ୍କ ମଧ୍ୟରେ ୪୨ ରନର ପାର୍ଟନନରଶିପ୍ ହୋଇଥିଲା । ତେବେ ୬୮ ବଲ୍ ଖେଳି ୪ ଚୌକା ସହିତ ୨୭ ରନ୍ କରିଥିବା ଜ୍ୟାକ କ୍ରଲିଙ୍କୁ ପନ୍ତଙ୍କ ହାତରେ କ୍ୟାଚ କରାଇଥିଲେ ମହମ୍ମଦ ସିରାଜ । ପ୍ରଥମ ସେସନର ଖେଳ ଶେଷ ସୁଦ୍ଧା ସିବଲି(୧୮) ଏବଂ ଅଧିନାୟକ ଜୋ ରୁଟ୍(୧୨) କ୍ରିଜରେ ଉପସ୍ଥିତ ରହିଛନ୍ତି । ଭାରତ ପକ୍ଷରୁ ଜସପ୍ରୀତ ବୁମରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.