ବାରବାଟୀରେ ବିରାଟ ବିଜୟ ପରେ ଭୁବନେଶ୍ବର ଛାଡିଲେ ଭାରତ ଓ ଇଂଲଣ୍ଡ ଖେଳାଳି, ଅହମ୍ମଦାବାଦ ଅଭିମୁଖେ ଯାତ୍ରା
ଭୁବନେଶ୍ବର ବିମାନ ବନ୍ଦରରେ ଭାରତ ଏବଂ ଇଂଲଣ୍ଡ ଖେଳାଳି ।
ଭୁବନେଶ୍ବର: ରାଜଧାନୀ ଛାଡ଼ିଲେ ଭାରତ ଓ ଇଂଲଣ୍ଡ ଖେଳାଳି । ଅହମ୍ମଦାବାଦ ଅଭିମୁଖେ ବାହାରିଲେ ଉଭୟ ଦଳର ଖେଳାଳି । ଗତକାଲି(ରବିବାର) ଦମଦାର ବିଜୟ ପରେ ଆଜି ବାହାରିଲେ ଖେଳାଳି ।
ବାରବାଟୀରେ ବାଜି ମାରଲା ଭାରତ- କହିରଖୁଛି କି, ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ରବିବାର ଦିନ ବାରବାଟୀରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ସାନଦାର ବିଜୟ ହାସଲ କରିଥିଲା । 44.3 ଓଭରରେ 308 ରନ କରି ବାଜି ମାରିଥିଲା ଇଣ୍ଡିଆ ଟିମ୍ । ରୋହିତ ଶର୍ମାଙ୍କ ଶତକ ବିଜୟ ମୁହାଁ କରିଥିଲା ।
ରୋହିତଙ୍କ ଶତକ ସିରିଜ ଜିତାଇବାରେ ସାହାଯ୍ୟ କରିଛି । ଇଣ୍ଡିଆ ଟିମକୁ 305ର ଟାର୍ଗେଟ ରହିଥିବା ବେଳେ ଇଂଲଣ୍ଡକୁ ୪ ୱିକେଟରେ ହରାଇଲା ଭାରତ । ଦୀର୍ଘ ୫ ବର୍ଷପରେ ବାରବାଟୀ ଷ୍ଟାଡିୟମରେ ଓଡିଆଇ ଖେଳ ଆୟୋଜିତ ହୋଇଥିଲା।
ହୋଟେଲ ଛାଡିଲେ ଖେଳାଳି- ରବିବାର ମ୍ୟାଚ ସରିବା ପରେ ଖେଳାଳିମାନେ ଭୁବନେଶ୍ବର ଫେରି ଆସିଥିଲେ । ବିଶ୍ରାମ ନେବା ପରେ ବର୍ତ୍ତମାନ ହୋଟେଲରୁ ବାହାରି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଖେଳାଳି । ସମସ୍ତେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।
ହୋଟେଲରୁ କଡା ସୁରକ୍ଷା ମଧ୍ୟରେ ସେମାନଙ୍କୁ ବିମାନ ବନ୍ଦର ଅଣାଯାଇଛି । 12 ତାରିଖରେ ଅହମ୍ମଦାବାଦରେ ସିରିଜର ଶେଷ ମ୍ୟାଚ ଖେଳିବ ।