fbpx

ବିନା ଭିସାରେ ଯାତ୍ରା କରନ୍ତି ୧୦୦ରୁ ଅଧିକ ଦେଶ: ଜାଣନ୍ତୁ କିଏ ଏହି ବ୍ୟକ୍ତି(Video)

ନୂଆଦିଲ୍ଲୀ:ଆମେ ସମସ୍ତେ ଜାଣନ୍ତି କି ପାସପୋର୍ଟ ଏବଂ ଭିସା ବିନା କୌଣସି ବି ଦେଶକୁ ଯିବା ଆଇନତଃ ଅପରାଧ । ନିଜ ଦେଶ ବିନା ଅନ୍ୟ ଯେଉଁ ଦେଶକୁ ଗଲେ ବି ସେଠି ପ୍ରଥମେ ଏୟାରପୋର୍ଟରେ ହିଁ ଏସବୁ ଚେକ୍ ହୋଇପାରେ । ଏମିତି କି ଆପଣଙ୍କୁ ଜେଲ ବି ନିଆଯାଇପାରେ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଦେଶ ଅଛି ଯେଉଁ ଦେଶର ମହାରାଣୀ ବିନା ଭିସା ଆଉ ବିନା ପାସପୋର୍ଟରେ ୧୦୦ ରୁ ଅଧିକ ଦେଶ ବୁଲି ସାରିଛନ୍ତି । ତେବେ କେଉଁ ଦେଶର କିଏ ସେ ମହାରାଣୀ ଆସନ୍ତୁ ଦେଖିବା ଆମର ଏହି ସ୍ପେଶାଲ ରିପୋର୍ଟରେ ।

ବ୍ରିଟେନର ମହାରାଣୀ ଏଲିଜାବେଥ୍ ହେଉଛନ୍ତି ଦୁନିଆର ପ୍ରଥମ ମହିଳା । ଯେ ପାସପୋର୍ଟ ଏବଂ ଭିସା ବିନା ପ୍ରାୟ ୧୦୦ ରୁ ଅଧିକ ଦେଶ ବୁଲି ସାରିଛନ୍ତି । ଏମିତିକି ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ପାଖରେ କୌଣସି ଭିସା କିମ୍ବା ପାସପୋର୍ଟ ହିଁ ନାହିଁ । ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ପାଖରେ ଏସବୁ ଥିବା ବେଳେ ମହାରାଣୀଙ୍କ ପାଖରେ କିନ୍ତୁ ପାସପୋର୍ଟ କିମ୍ବା ଭିସା ନାହିଁ । ବ୍ରିଟେନର ନିୟମ ହିସାବରେ ମହାରାଣୀ ନିଜେ ହିଁ ଦେଶର ସବୁ ନାଗରିକଙ୍କ ପାଇଁ ପାସପୋର୍ଟ ଏବଂ ଭିସା ଇସ୍ୟୁ କରନ୍ତି । ତେଣୁ ଦେଶର ମହାରାଣୀଙ୍କୁ ଚଳନ୍ତି ପାସପୋର୍ଟ ବୋଲି ବି କୁହାଯାଏ । ଆଉ ସେ ଯେହେତୁ ନିଜେ ହିଁ ନିଜ ଦେଶର ପାସପୋର୍ଟ ତେଣୁ ଅନ୍ୟ ଦେଶକୁ ଯିବାକୁ ତାଙ୍କୁ କୌଣସି ଭିସା ବା ପାସପୋର୍ଟର ଆବଶ୍ୟକ ହୁଏନାହିଁ ।

କେବଳ ସେତିକି ନୁହଁ ପୁରା ବ୍ରିଟେନରେ ମହାରାଣୀ ଏଲିଜାବେଥ ହେଉଛନ୍ତି ଜଣେ ହିଁ ମହିଳା ଯାହାଙ୍କଠୁ ଆୟକର ବିଭାଗ କର ଆଦାୟ କରନ୍ତି ନାହିଁ । କିନ୍ତୁ ସେ ନିଜେ ରାଜକୋଷକୁ ନିଜ ଆୟର କିଛି ଭାଗ ଖଜଣା ଭାବେ ପୈଠ କରିଦିଅନ୍ତି ।

ବ୍ରିଟେନର ରାଜକୋଷ ଆଉ ମହାରାଣୀଙ୍କ ଭିତରେ ଆୟକର ବିଭାଗର କୌଣସି କାମ ନାହିଁ କହିଲେ ଚଳେ । କାରଣ ମହାରାଣୀ ଏଲିଜାବେଥଙ୍କ ପାଖରୁ ଏଠି କୌଣସି ପ୍ରକାର ଖଜଣା ବା କର ଆଦାୟ କରାଯାଏନି । ତଥାପି ୧୯୯୨ ମସିହାରୁ ସେ ଆୟକର ବିଭାଗ ପାଖରେ ନିଜ ଇଚ୍ଛାରେ କର ଦେଉଛନ୍ତି । ଏମିତିକି ମହାରାଣୀ ଏଲିଜାବେଥଙ୍କ ଉପରେ କୌଣସି ପ୍ରକାର ମାମଲା ବି ରୁଜୁ କରାଯାଇପାରିବ ନାହିଁ କିମ୍ବା ତାଙ୍କ ନାଁ ରେ କୌଣସି ପ୍ରକାର ପ୍ରମାଣ ବ୍ରିଟେନର କୌଣସି କୋର୍ଟରେ ଦାଖଲ କରାଯିବ ନାହିଁ ବୋଲି ବ୍ରିଟେନରେ ଅଦ୍ଭୁତ ନିୟମ ରହିଛି । କେବଳ ସେତିକି ନୁହେଁ ଆମେ ସମସ୍ତେ ବର୍ଷରେ ଥରେ ଜନ୍ମଦିନ ମନାନ୍ତି । କିନ୍ତୁ ମହାରାଣୀ ଏଲିଜାବେଥ ପ୍ରତିବର୍ଷ ଦୁଇ ଦୁଇ ଥର ନିଜ ଜନ୍ମଦିନ ପାଳନ କରନ୍ତି । ଆଉ ବିଭିନ୍ନ ସ୍ଥାନରେ ତାଙ୍କ ଜନ୍ମଦିନ ଭିନ୍ନ ଭିନ୍ନ ଦିନ ପାଳନ ହୁଏ । ଯେମିତି କି ବ୍ରିଟେନରେ ପ୍ରତିବର୍ଷ ଜୁନ ମାସ ପ୍ରଥମ ଦ୍ୱିତୀୟ କିମ୍ବା ତୃତୀୟ ଶନିବାରକୁ ମହାରାଣୀଙ୍କ ଜନ୍ମଦିନ ପାଳନ ହୁଏ । ଆଉ ୟା ଘୋଷଣା ସରକାରଙ୍କ ତରଫରୁ କରାଯାଇଥାଏ । ପୂର୍ବ ଅଷ୍ଟ୍ରେଲିଆରେ ଜୁନର ଦ୍ୱିତୀୟ ସୋମବାରକୁ ମହରାଣୀଙ୍କ ଜନ୍ମଦିନ ଭାବେ ଗ୍ରହଣ କରାଯାଉଥିବା ବେଳେ ପଶ୍ଚିମ ଅଷ୍ଟ୍ରେଲିଆରେ ସେପ୍ଟେମ୍ବର ଶେଷ ସପ୍ତାହ କିମ୍ବା ଅକ୍ଟୋବରର ପ୍ରଥମ ସପ୍ତାହକୁ ଜନ୍ମଦିନ ପାଳନ କରନ୍ତି ।

ତେବେ ପ୍ରକୃତରେ ଏପ୍ରିଲ ୨୧ ରେ ତାଙ୍କ ଜନ୍ମଦିନ ହୋଇଥିବା ବେଳେ ସେ ସେଦିନ ନିଜ ପରିବାର ସହ ସମୟ ଦିଅନ୍ତି ତେଣୁ ବିଶ୍ୱରେ ଅନେକ ସ୍ଥାନରେ ଭିନ୍ନ ଭିନ୍ନ ତାରିଖରେ ତାଙ୍କ ଜନ୍ମଦିନ ପାଳନ କରାଯାଏ । ମହାରାଣୀ ଏଲିଜାବେଥଙ୍କ ବିଷୟରେ ଏ ରୋଚକ ତଥ୍ୟ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆମକୁ ଜଣାନ୍ତୁ । ଏମିତି କିଛି ତଥ୍ୟ ଓ ଖବର ପାଇବା ପାଇଁ ଏବେ ହିଁ ଆମ ଓଡ଼ିଶା ଭାସ୍କର ପେଜକୁ ଲାଇକ ଫଲୋ ଏବଂ ସବସ୍କ୍ରାଇବ କରନ୍ତୁ ।

Get real time updates directly on you device, subscribe now.