fbpx

ରୁଟଙ୍କ ଶତକ; LEEDSରେ ଇଂଲଣ୍ଡର ମାରାଥନ୍ ଲିଡ୍

ନୂଆଦିଲ୍ଳୀ: ଲିଡ୍ସରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଇଂଲଣ୍ଡ । ଅଧିନାୟକ ଜୋ ରୁଟଙ୍କ ଶତକ ସହାୟତାରେ ଘରୋଇ ଦଳ ରନର ପାହାଡ ଉପରେ ବସିଛି । ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନରେ ଅଲଆଉଟ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ରୁଟଙ୍କ ଶତକ ବଳରେ ଇଂଲଣ୍ଡ ୨୫୦ରୁ ଅଧିକ ରନର ଅଗ୍ରଣୀ ହାସଲ କରିଛି ।

ଦ୍ୱିତୀୟ ଦିନର ଦ୍ୱିତୀୟ ସେସନ ସୁଦ୍ଧା ଇଂଲଣ୍ଡ ୨୭୧ ରନରେ ଅଗ୍ରଣୀ ରହିଛି । ପ୍ରଥମ ୱିକେଟରେ ଦୁଇ ଓପ୍ନର ରୋରି ବର୍ଣ୍ଣସ(୬୧) ଓ ହସିବ ହମିଦ(୬୮)ଙ୍କ ମଧ୍ୟରେ ୧୩୫ ରନର ଭାଗିଦାରୀ ହୋଇଥିଲା । ବର୍ଣ୍ଣସଙ୍କୁ ଆଉଟ କରି ସାମି ଏହି ଭାଗିଦାରୀ ଶେଷ କରିଥିଲେ । ଦଳୀୟ ସ୍କୋର ୧୫୯ରେ ହମିଦଙ୍କୁ ଆଉଟ କରିଥିଲେ ଜାଡେଜା । ତିନି ନମ୍ବରରେ ବ୍ୟାଟିଂ କରୁଥିବା ଡାୱିଡ ମଲାନ(୭୦) ମଧ୍ୟ ରନ ଭୋଜିରେ ସାମିଲ ହୋଇଥିଲେ । ରୁଟଙ୍କ ସହିତ ୧୩୮ ରନର ଭାଗିଦାରୀ କରିବା ପରେ ସିରାଜଙ୍କ ବଲରେ ପନ୍ତଙ୍କୁ କ୍ୟାଚ ଦେଇଥିଲେ ମଲାନ । ଖବର ପ୍ରସ୍ତୁତ ବେଳକୁ ଜୋ ରୁଟ୍ (୧୦୨) ଏବଂ ଜନି ବେୟାରଷ୍ଟୋ(୨୮) କ୍ରିଜରେ ଅଛନ୍ତି । ରୁଟ୍ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ ୧୩୨ ବଲରୁ ୧୨ଚୌକା ସହିତ ୧୦୨ ରନ୍ ସଂଗ୍ରହ କରିଛନ୍ତି । ଭାରତ ପକ୍ଷରୁ ଶାମି, ଜାଡେଜା ଓ ସିରାଜ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।

Get real time updates directly on you device, subscribe now.