fbpx

ଆଜି ଭାରତ ଇଂଲଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚ୍‌: ବିରାଟଙ୍କ ଉପରେ ସମସ୍ତଙ୍କ ନଜର, ଏମିତି ହୋଇପାରେ ଭାରତର ପ୍ଳେୟିଙ୍ଗ-୧୧

Advertisement

ବର୍ମିଂହାମ୍‌: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମୁକାବିଲା ଆଜି ବର୍ମିଂହାମ୍‌ରେ ଖେଳାଯିବ। ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍ ଜିତି ଭାରତ ସିରିଜକୁ ନିଜ ନାଁରେ କରିବାକୁ ଚାହିଁବ । ଯଦି ଭାରତ ଅହି ମ୍ୟାଚ୍ ଜିତିଯାଏ ତେବେ ଇଂଲଣ୍ଡରେ ଭାରତ ଲଗାତାର ଚତୁର୍ଥ ଟି-୨୦ ସିରିଜରେ ବିଜୟ ଲାଭ କରିବ । ଏହା ପୁର୍ବରୁ ଭାରତ ୨୦୨୧ରେ ୩-୨,୨୦୧୮ରେ ୨-୧ ଏବଂ ୨୦୧୭ରେ ୨-୧ରେ ସିରିଜ ନିଜ ନାଁରେ କରିଥିଲା ।

ଏହି ମ୍ୟାଚ୍ ମାଧ୍ୟମରେ ବିରାଟ କୋହଲି ୫ମାସ ପରେ ଭାରତୀୟ ଟିମ୍‌କୁ ପର୍ତ୍ତ୍ୟାବର୍ତ୍ତନ କରୁଛନ୍ତି । ଲମ୍ବା ସମୟ ଧରି ଖରାପ୍ ଫର୍ମରେ ଥିବା ବିରାଟ କୋହଲୀଙ୍କ ଉପରେ ବଡ଼ ଚାପ ରହିବ । କୋହଲି ତାଙ୍କ ଶେଷ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ପେବୃଆରୀ ମାସରେ ଖେଳିଥିଲେ । ଏହି ସମୟ ମଧ୍ୟରେ ବିରାଟ କେବଳ ଆଇପିଏଲ୍‌ରେ ଟି-୨୦ ମ୍ୟାଚ୍ ଖେଳିଥିଲେ, କିନ୍ତୁ ଏଥିରେ ମଧ୍ୟ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନରେ କରିବାରେ ବିଫଳ ହୋଇଥିଲେ।

ଆଶା କରାଯାଉଛି ଯେ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ରୋହିତ ଶର୍ମାଙ୍କ ସହିତ ଓପନିଂ କରିପାରନ୍ତି । ବିସିସିଆଇର ରୋଟେସନ ଫର୍ମୁଲା ଅନୁଯାୟୀ ଯେଉଁ ସମୟରେ ବିରାଟଙ୍କୁ ବ୍ରେକ୍ ଦିଆଯାଇଥିଲା ସେହି ସମୟରେ ଦୀପକ ହୁଡା ପ୍ରଭାବି ପ୍ରଦର୍ଶନ ବଳରେ ନିଜର ଛାପ ଛାଡ଼ିଛନ୍ତି। ଫର୍ମରେ ଥିବା ହୁଡାଙ୍କୁ ବାହାରେ ବସିବା ସମ୍ଭାବନା ଖୁବ୍ କମ୍। ଏଭଳି ସ୍ଥିତିରେ ଇଶାନ୍ କିଶାନ ଦଳରୁ ବାହାରେ ରହିବେ ।

କୋହଲିଙ୍କୁ ତେବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜରୁ ବିରାଟ କୋହଲିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ବିପକ୍ଷ ସିରିଜର ଦୁଇଟି ଶେଷ ମ୍ୟାଚ୍ ଟି -୨୦ ବିଶ୍ୱକପ ବିଷୟରେ ବିରାଟଙ୍କ ଭବିଷ୍ୟତ ସ୍ଥିର କରିବାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। କୋହଲି ନିଜକୁ ଅନେକ ଥର ପ୍ରମାଣିତ କରିଛନ୍ତି, କିନ୍ତୁ ଯୁବ ଖେଳାଳିଙ୍କ ନିର୍ଭୀକ ଖେଳକୁ ଦେଖିଲେ ତାଙ୍କୁ ପୁଣିଥରେ ପରିଚିତ ରଙ୍ଗକୁ ଫେରିବାକୁ ପଡ଼ିବ।

ଭାରତ: ରୋହିତ ଶର୍ମା (ଅଧିନାୟକ), ଇଶାନ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ/ଦୀନେଶ କାର୍ତ୍ତିକ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ଭୂବନେଶ୍ୱର କୁମାର, ଜସପ୍ରୀତ ବୁମ୍ରା, ହର୍ଷଲ ପଟେଲ, ୟୁଜବେନ୍ଦ୍ର ଚହଲ।

ଉଭୟ ଦଳ: ଇଂଲଣ୍ଡ: ଜୋସ୍ ବଟଲର (ୱିକେଟ୍ କିପର, ଅଧିନାୟକ), ଡେଭିଡ ମାଲାନ, ଲିଆମ ଲିଭିଙ୍ଗଷ୍ଟୋନ, ହ୍ୟାରି ବ୍ରୁକ, ମୋଇନ ଅଲି, ସାମ କୁରାନ, କ୍ରିସ ଜୋର୍ଡାନ, ଟାଇମଲ ମିଲ୍ସ, ରିସ ଟୋପଲି, ମାଥ୍ୟୁ ପାର୍କିନ୍ସନ୍, ଡେଭିଡ ୱିଲି, ଦିଲ୍ଲୀପ ଲୁଣ, ରିଚାର୍ଡ ଗ୍ଲାସନ୍।

 

Get real time updates directly on you device, subscribe now.