ମହିଳାଙ୍କୁ ହୋଇଛି ଅଜବ ରୋଗ! ସ୍ୱାମୀକୁ ଛାଡ଼ି ପର ପୁରୁଷ ସହ ଶାରୀରିକ ସମ୍ପର୍କ ବି ସ୍ଥାପନ କରି ଦେଉଛନ୍ତି, କ’ଣ କରୁଛନ୍ତି ନିଜେ ଜାଣି ପାରୁ ନାହାନ୍ତି
ନୂଆଦିଲ୍ଲୀ: ଅନେକ ସମୟରେ ମଣିଷ ଏଭଳି କିଛି ଅଜବ ରୋଗର ଶିକାର ହୋଇଥାଏ, ଯାହା ଦ୍ୱାରା ରୋଗୀର ସ୍ୱଭାବରେ ଅନେକ କିଛି ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଅନୁରୂପ ଭାବେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏକ ଦୁର୍ଲ୍ଲଭ ରୋଗରେ ପୀଡ଼ିତ ହେବା ପରେ ଜଣେ ମହିଳା ନିଜେ କ’ଣ କରୁଛନ୍ତି, ତାହା ଜାଣି ପାରୁନାହାନ୍ତି । ସେହି କାରଣରୁ ମହିଳା ଜଣଙ୍କ ନିଜେ କବାଟ ବନ୍ଦ କରି ଘର ଭିତରେ ଶୋଇବାକୁ ବାଧ୍ୟ ହୋଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏଥିପାଇଁ ମହିଳାଙ୍କ ସ୍ୱାମୀଙ୍କ ସହମତି ରହିଛି ଓ ସେ ଆପତ୍ତି କରୁନାହାନ୍ତି ।
ଖବର ମୁତାବକ, ଇଂଲଣ୍ଡର ଡେଭୋନରେ ଦେଖିବାକୁ ମିଳିଛି ଏକ ଅଜବ ତଥା ଦୁର୍ଲ୍ଲଭ ରୋଗର ଜଡ଼ିତ ଏକ ମାମଲା । ମହିଳା ଜଣଙ୍କ ବିବାହିତ ଓ ସେ ଏକ ଦୁର୍ଲ୍ଲଭ ନିଦ ରୋଗରେ ପୀଡ଼ିତ ଅଛନ୍ତି । ମହିଳା ଜଣଙ୍କ ଯେତେବେଳେ ନିଜ ସାଙ୍ଗମାନଙ୍କ ରହ ରହୁନ୍ତି, ରାତି ସମୟରେ ସେ ନିଜକୁ ଏକାକୀ ଘର ଭିତରେ ବନ୍ଦ କରିବାକୁ ପଡ଼ିଥାଏ । ଏହାଫଳରେ ସେ କାହା ସହ ମିଶିବାକୁ ସୁଯୋଗ ପାଇବେ ନାହିଁ । ରାତିରେ ଶୋଇବା ପରେ ସେ ଏକ ଅଲଗା ଚରିତ୍ରର ବ୍ୟକ୍ତିତ୍ୱ ପାଲଟି ଯାଉଥିବା ମହିଳା ଜଣଙ୍କ କହିଛନ୍ତି ।
ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ବିରଳ ରୋଗ କାରଣରୁ ମହିଳା ଜଣଙ୍କ ରାତିରେ ନିଦ୍ରା ଯିବା ପରେ ଅନ୍ୟ ଯୁବକଙ୍କ ସହ ଶାରୀରିକ ସମ୍ବନ୍ଧ ମଧ୍ୟ ସ୍ଥାପନ କରିଦେଇଥାନ୍ତି । ଏ ବାବଦରେ ସେ କିଛି ବି ଜାଣି ପାରନ୍ତି ନାହିଁ । ମହିଳା ଜଣଙ୍କ ଯେତେବେଳେ ବେଡରେ ଶୋଇଥାନ୍ତି, ସେହି ସମୟରେ ସେ ତାଙ୍କ ପାଖରେ ଥିବା ପୁରୁଷଙ୍କୁ କୁଣ୍ଢାଇ ଧରିଥାନ୍ତି ଓ ଯୌନ ସମ୍ପର୍କ ସ୍ଥାପନ କରିବାକୁ ପ୍ରୟାସ କରିଥାନ୍ତି ବୋଲି ମହିଳାଙ୍କ ସ୍ୱାମୀ କହିଛନ୍ତି । ସେଥିପାଇଁ ମହିଳା ଜଣଙ୍କ ଯଦି ରାତିରେ କୌଣସି ସ୍ଥାନରେ ରୁହନ୍ତି, ତେବେ ତାଙ୍କୁ ଘରର କବାଟ ଲକ୍ କରିବାକୁ ପଡ଼ିଥାଏ । ମହିଳା ଜଣଙ୍କ ଯଦି ବେଡରେ କାହା ସହ ରହିବେ, ତେବେ ସେ କିଛି ବଡ଼ ଧରଣର କାରନାମା କରିବାର ଆଶଙ୍କା ରହିଥାଏ । ସେଥିପାଇଁ ସେ ଅଧିକାଂଶ ସମୟରେ ନିଜ ଘରେ ରହିଥାନ୍ତି ।
ମହିଳା ଜଣଙ୍କ ନିଜ ପତିଙ୍କ ସହ ଏକାକୀ ରହୁଛନ୍ତି ଓ ତାଙ୍କର ୨୫ ଓ ୩୦ ବର୍ଷର ଦୁଇଜଣ କନ୍ୟା ରହିଛନ୍ତି । ଦୁଇ ଝିଅ ପରିବାର ଠାରୁ ଦୂରରେ ରହୁଛନ୍ତି । ମହିଳାଙ୍କୁ କୌଣସି ଘଟଣା ବିଷୟରେ ମନେ ରୁହେନାହିଁ । ମହିଳାଙ୍କ ଉପରେ କୌଣସି ନିୟନ୍ତ୍ରଣ ରହିନଥାଏ । ସେହି କାରଣରୁ କିଛି ଲଜ୍ଜାଜନକ ଘଟଣା ଘଟିବାର ସମ୍ଭାବନା ରହିଥାଏ । ତେବେ ସୌଭାଗ୍ୟରୁ ଆଜି ପର୍ଯ୍ୟନ୍ତ ଏପରି କିଛି ଘଟିନାହିଁ ବୋଲି ମହିଳା ଜଣଙ୍କ କହିଛନ୍ତି । ୨୦୨୧ ମସିହାରେ ଡାକ୍ତରଙ୍କ ସହ ପରାମର୍ଶ ପରେ ମହିଳା ଜଣଙ୍କ ଏହି ରୋଗ ବିଷୟରେ ଜାଣିପାରିଥିଲେ । ମହିଳା ଜଣଙ୍କ ବେଡରେ ସମ୍ପର୍କ ସ୍ଥାପନ କରିବା ବ୍ୟତୀତ ସଫାସୁତୁରା କାର୍ଯ୍ୟ ମଧ୍ୟ କରିଥାନ୍ତି । ଅନେକ ସମୟରେ ସେ ମୋବାଇଲରେ କାହାକୁ ଟେକ୍ସଟ ମେସେଜ୍ ମଧ୍ୟ ପଠାଇ ଦେଇଥାନ୍ତି । ମାତ୍ର ରାତିର ଘଟଣା ତାଙ୍କୁ ସକାଳକୁ ମନେ ରହିନଥାଏ । ଏହି କଥା ଶୁଣିବାକୁ ତାଙ୍କୁ ବଡ଼ ଅଜବ ଲାଗିଥାଏ । ସେଥିପାଇଁ ସେ ଅଧିକାଂଶ ସମୟରେ ନିଜର ସ୍ଥିତି ବିଷୟରେ କାହାକୁ କିଛି କୁହନ୍ତି ନାହିଁ ଓ ଚୁପ୍ ରହିଥାନ୍ତି ।