fbpx
BSKY SKY
BSKY SKY

ପ୍ରଥମ ଟେଷ୍ଟରେ ଭାରତର ପରାଜୟ: ୭ଟି ୱିକେଟ ଅକ୍ତିଆର କଲେ ଟମ୍, ୨୮ ରନରେ ଜିତିଲା ଇଂଲଣ୍ଡ

BSKY

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ହାଇଦ୍ରାବାଦରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଘରୋଇ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି । ବ୍ୟାଟିଂ ଓ ବୋଲିଂରେ ବିଫଳ ହେବା କାରଣରୁ ଟିମ୍ ଇଣ୍ଡିଆ ଜିତିବା ମ୍ୟାଚକୁ ହାତଛଡ଼ା କରିଛି । ପ୍ରଥମ ଇନିଂରେ ମଜବୁତ ସ୍ଥିତିରେ ରହିଥିବା ଭାରତ ଦ୍ୱିତୀୟ ଇନିଂସରେ କିନ୍ତୁ ଫେଲ୍ ମାରିଥିଲା । ଶେଷରେ ଇଂଲଣ୍ଡ ୨୮ ରନରେ ଭାରତକୁ ମାତ୍ ଦେବାରେ ସଫଳ ହୋଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୨୪୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଅଧିନାୟକ ବେନ୍ ଷ୍ଟୋକ୍ସନ ସର୍ବାଧିକ ୭୦ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ଓ ରବିନ୍ଦ୍ର ଜାଡ଼େଜା ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ଯଶପ୍ରୀତ ବୁମ୍ରା ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ପ୍ରଥମ ଇନିଂସରେ ଭାରତ ୪୩୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଯଶସ୍ୱୀ ଜୟସ୍ୱାଲ, ରବିନ୍ଦ୍ର ଜାଡ଼େଜା, କେ.ଏଲ ରାହୁଲଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ମଜବୁତ ସ୍ଥିତିରେ ରହିଥିଲା । ଇଂଲଣ୍ଡ ପକ୍ଷରୁ ଜୋ ରୁଟ ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୪୨୦ ରନ୍ ସଂଗ୍ରହ କରିଥିବା ବେଳେ ଓଲି ପୋପେ ୧୯୬ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ବୁମ୍ରା ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ । ଏହାପରେ ଭାରତ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ଟମ୍ ହାର୍ଟଲେ ସର୍ବାଧିକ ୭ଟି ୱିକେଟ ଅକ୍ତିଆର କରିବା ଫଳରେ ଭାରତ ୨୮ ରନରେ ପରାଜିତ ହୋଇଥିଲା ।

Get real time updates directly on you device, subscribe now.