fbpx

‘ବଡ ଧୂର୍ତ୍ତ ହେଉଛନ୍ତି ନୀତିଶ, ଗୋଟିଏ ବର୍ଷ ହୋଇ ନ ଥିବ ପୁଣି ପଲଟିବେ’ ମୋ କଥାକୁ ଲେଖିକି ରଖ ବୋଲି କହିଲେ ପିକେ

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ନୀତିଶ କୁମାରଙ୍କ ଉପରେ କଡା ଟିପ୍ପଣୀ ଦେଇଛନ୍ତି । ଏକଦା ନୀତିଶଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର ନୀତିଶ ମହାମେଣ୍ଟକୁ ଛାଡି ଏନଡିଏରେ ପୁଣି ସାମିଲ ହେବା ଓ ୯ମ ଥର ମୁଖ୍ୟମନ୍ତ୍ରୀ ହେବା ଘଟଣାକୁ ନେଇ ନୀତିଶଙ୍କୁ ଜୋରଦାର ସମାଲୋଚନା କରିଛନ୍ତି । ସେ କହିଛନ୍ତି କି ନୀତିଶ ବିହାର ଲୋକଙ୍କୁ ବୋକା ବନାଉଛନ୍ତି । ନୀତିଶ କୁମାର ଜଣେ ଧୂର୍ତ୍ତ ବ୍ୟକ୍ତି । ପ୍ରଶାନ୍ତ କିଶୋର କହିଛନ୍ତି ବିଜେପି ସହ ତାଙ୍କର ମେଣ୍ଟ ୨୦୨୫ରେ ହେବାକୁ ଥିବା ଆଗାମୀ ବିଧାନସଭା ପର୍ଯ୍ୟନ୍ତ ବି ତିଷ୍ଠି ରହିପାରିବ ନାହିଁ ଓ ଏଥିରେ କୌଣସି ଫରକ ପଡିବ ନାହିଁ କି ନୀତିଶ ଆଗକୁ କାହା ସହ ଆସିବେ । ସେ ପୁଣି ପଲଟିବେ ଓ ସେ ରାଜ୍ୟରେ କାହା ସହ ନିର୍ବାଚନ ଲଢିବେ ଏହା କେବଳ ଦେଖିବାର କଥା ।

ପ୍ରଶାନ୍ତ କିଶୋର କହିଛନ୍ତି ଲୋକସଭା ନିର୍ବାଚନ ପରେ ୨୦୨୫ରେ ବିଧାନସଭା ନିର୍ବାଚନ ହେବ ଓ ଏଥିରେ ନୀତିଶ ପୁଣି ପଲଟ ମାରିବେ । ବିଜେପି କିମ୍ବା ଆରଜେଡି ସହିତ ଲୋକସଭା ନିର୍ବାଚନ ପରେ ସେ ପୁଣି ପଲଟିଲେ ତାଙ୍କ ଦଳ ୨୦ରୁ ଅଧିକ ସିଟ୍ ପାଇବ ନାହିଁ । ସେ କହିଛନ୍ତି ଯଦି ନୀତିଶ କୁମାର ଆଗାମୀ ବିଧାନସଭା ନିର୍ବାଚନରେ ୨୦ରୁ ଅଧିକ ଆସନ ପାଇବେ ତେବେ ମୁଁ ନିଜ କାମରୁ ସନ୍ୟାସ ନେଇଯିବି । ଦୟା କରି ମୋ କଥାକୁ ଲେଖି ରଖନ୍ତୁ ।

Get real time updates directly on you device, subscribe now.