fbpx

(video): ‘ଏବେ ବି କାମ ପାଇଁ ଦୌଡୁଛି’- ବଲିଉଡ ମହାନାୟକଙ୍କ ସିଗ୍ନେଚର ରନ ଷ୍ଟାଇଲ ଭିଡିଓ ହେଲା ଭାଇରାଲ, ରଣବୀର କହିଲେ…

 

ଓଡିଶା ଭାସ୍କର: ବଲିଉଡ ମହାନାୟକ ଆଜି ବି କାମ କରିବାରେ ଅଭ୍ୟସ୍ତ । ସତୁରୀ- ଅଶୀ ଦଶକରୁ ସେ ନିଜକୁ ସେମିତି ବ୍ୟସ୍ତ ରଖିଛନ୍ତି ଯେମିତି ପୂର୍ବରୁ ଥିଲେ । ତାଙ୍କର ଚରିତ୍ର, ଅଭିନୟ ତଥା ପ୍ରତିଟି କଥା ସମସ୍ତଙ୍କୁ ବିମୋହିତ କରେ । ଖୁସିରେ ସେଥିପାଇଁ ତ ତାଙ୍କୁ ଛୋଟଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ କହନ୍ତି, ‘ବିଗ ବି’ । ଅଧୁନା ଯୁଗର କୌଣସି ବି ଅଭିନେତା ତାଙ୍କର ପାଶ୍ୱର୍ ବି ମାଡି ପାରିବେ ନାହିଁ । ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କ ସିଗ୍ନେଚର ରନଙ୍କୁ ତ ସମସ୍ତେ ଜାଣନ୍ତି । ଏବେ ପୁଣି ଥରେ ସୋସିଆଲ ମିଡିଆରେ ଏଭଳି ଏକ ସିଗ୍ନେଚର ରନକୁ ସେୟାର କରି ‘ବିଗ ବି’ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଛାଇ ଯାଇଛି ।

ମହାନାୟକ ଭିଡିଓରେ ନିଜର ସିଗ୍ନେଚର ରନକୁ ସେୟାର କରି ତାଙ୍କ ପୁରୁଣା ଯୁଗକୁ ଫେରାଇ ନେଇଛନ୍ତି ତାଙ୍କ କୋଟି କୋଟି ପ୍ରଶଂସକଙ୍କୁ । ୮୨ ବର୍ଷୀୟ ଅମିତାଭ ବଚ୍ଚନ ଏହି ସିଗ୍ନେଚର ରନକୁ ଜୋସର ସହ କରୁଛନ୍ତି, ଯେମିତି ସେହି ସମୟରେ କରୁଥିଲେ । ‘ଦିୱାର’ ଆକ୍ଟର ଅମିତାଭ ପୋଷ୍ଟକୁ ସେୟାର କରି ଲେଖିଛନ୍ତି, ‘ଅଭି ଭି କାମ କେଲିଏ ଦୌଡ ରାହା ହୁଁ’ । ତାଙ୍କର ଏହି ପୋଷ୍ଟକୁ ବଲିଉଡ ସୁପରଷ୍ଟାର ରଣବୀର ସିଂ ବି ସେୟାର କରିଛନ୍ତି । ‘ରକି ଓ ଔର ରାନୀ କି ପ୍ରେମ କାହାନୀ’ ଷ୍ଟାର ରଣବୀର ‘ବିଗ ବି’ ଙ୍କ ଏହି ଭିଡିଓରେ ଲେଖିଛନ୍ତି, ‘ଦ ସିଗ୍ନେଚର ରନିଂ ଷ୍ଟାଇଲ’। ରୋଚକର କଥା ଏହା ଯେ ଅମିତାଭ ନିଜ ସିନେମା ‘ଡନ’ ର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ଏଥିରେ ବ୍ୟାବହାର କରିଛନ୍ତି । ଏହି ଭିଡିଓକୁ ଏବେ ବଲିଉଡଠୁ ସାଧାରଣ ପର୍ଯ୍ୟନ୍ତ ସମସ୍ତେ ଦେଖି ବଲିଉଡ ମହାନାୟକଙ୍କୁ ପ୍ରଶଂସା କରୁଛନ୍ତି ଓ ଅନେକ ପ୍ରତିକ୍ରିୟା ଦେଉଛନ୍ତି ।

 

View this post on Instagram

 

A post shared by Amitabh Bachchan (@amitabhbachchan)

Get real time updates directly on you device, subscribe now.