fbpx

ଚଉଠି ରାତିରେ କାନ୍ଦିଥିଲେ କିଙ୍ଗ ଖାନ, ପତ୍ନୀଙ୍କୁ ଛାଡି ଚାଲିଯାଇଥିଲେ, ଅଧାରାତିରେ ଫେରିଥିଲେ….

ଓଡିଶା ଭାସ୍କର: ବଲିଉଡ ଅଭିନେତା କିଙ୍ଗ ଖାନଙ୍କ ପରିଚୟ ଦେବାର ଆବଶ୍ୟକତା ନାହିଁ । ସେ ବଲିଉଡର ସବୁଠୁ ଧନୀ ତଥା ଲୋକପ୍ରିୟ ଅଭିନେତା ଅଟନ୍ତି । ଶାହରୁଖ ବଲିଉଡର ଅନେକ ସିନେମାରେ ଅଭିନୟ କରିଛନ୍ତି । ଏହି ଯାତ୍ରା ମଧ୍ୟ ୩୨ ବର୍ଷ ହେବ ଲାଗି ରହିଛି ଓ ଏବେ ବି ଥମିନି । କିଙ୍ଗ ଖାନଙ୍କ ସହ ତାଙ୍କ ପରିବାର ମଧ୍ୟ ସର୍ବଦା ଚର୍ଚ୍ଚାରେ ଥାଏ । ତାଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ବେଶ୍ ପ୍ରସିଦ୍ଧ ।

କହିରଖୁ, ଗୌରୀଙ୍କୁ କିଙ୍ଗ ଖାନ ୧୯୯୧ ମସିହାରେ ବିବାହ କରିଥିଲେ । ମାତ୍ର ଚଉଠି ରାତିରେ ଶାହରୁଖ ନିଜ ପତ୍ନୀଙ୍କୁ ଛାଡିକି ଚାଲିଯାଇଥିଲେ । କଥାଟା ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ସତ । ଏହାର କାରଣ ହେଉଛି ଶାହରୁଖ ନିଜ ପତ୍ନୀଙ୍କୁ ସେହି ଦିନ ରାତି ନିଜର ଏକ ସିନେମାର ସୁଟିଂରେ ନେଇ ଯାଇଥିଲେ । ସେ ସୁଟିଂରୁ ଫେରି ଗୌରୀଙ୍କୁ ଦେଖି କାନ୍ଦିଥିଲେ । ଘଟଣାଟି ଥିଲା ଏମିତି….

ପ୍ରକାଶଥାଉ ଯେ, ଗୌରୀ ଖାନଙ୍କୁ ବିବାହ କରିବା ସମୟରେ ଶାହରୁଖ ବଲିଉଡରେ ନିଜର କ୍ୟାରିଅର ଆରମ୍ଭ କରୁଥିଲେ । ସେହିସମୟରେ ସେ ‘ଦିଲ ଆଶାନ ହୈ’ ସିନେମାର ସୁଟିଂରେ ବ୍ୟସ୍ତ ଥିଲେ । ଏହି ସିନେମାର ପ୍ରଡ୍ୟୁସର ଓ ନିର୍ଦ୍ଦେଶକ ହେମାମାଳିନୀ ଥିଲେ । ସେହିସମୟରେ ଶାହରୁଖ ମୁମ୍ବାଇର ଫ୍ଲେଟରେ ରହୁଥିଲେ । ମାତ୍ର ଶାହରୁଖଙ୍କ ସାଙ୍ଗ ତାଙ୍କୁ ଏକ ହୋଟେଲର ବ୍ୟବସ୍ଥା କରାଇଥିଲା । ସେଠାରୁ ସେ ଭାବିଥିଲେ ଯେ ସେ ହେମାମାଳିନୀଙ୍କୁ କହିଦେବା ଉଚିତ ଯେ ସେ ମୁମ୍ବାଇ ଆସି ସାରିଛନ୍ତି । ଖବର ଦେବା ପରେ ହେମା ତୁରନ୍ତ ସେଟକୁ ସୁଟିଂ ପାଇଁ ଡାକିଥିଲେ ।

ପତ୍ନୀ ଗୌରୀଙ୍କୁ ନେଇ ସେ ସୁଟିଂ ସେଟରେ ପହଞ୍ଚିଥିଲେ । ମାତ୍ର ସେଟରେ ହେମା ନ ଥିଲେ । ଫଳରେ ନିଜ ପତ୍ନୀଙ୍କୁ ଶାହରୁଖ ମେକଅଫ ରୁମରେ ବସାଇ ଦେଇଥିଲେ । ପ୍ରାୟ ରାତ୍ର ୧୧ ଟା ସମୟରେ ଏହି ଘଟଣା ଘଟିଥିଲା । ପରେ ଶାହରୁଖ ରାତି ପ୍ରାୟ ୨ ଟାରେ ଫେରିଥିଲେ । ଶାହରୁଖ ସୁଟିଂ କରି ଫେରିବା ପରେ ଦେଖିଥିଲେ ତାଙ୍କ ପତ୍ନୀ ଗୌରୀ ବହୁ ଅଳଙ୍କାର ଓ ମେକଅଫ ସହ ସେଠାରେ ହିଁ ଶୋଇ ପଡିଛନ୍ତି । ଏହା ଦେଖି ନିଜେ ଶାହରୁଖ କାନ୍ଦି ପକାଇଥିଲେ । ସେ ଗୌରୀଙ୍କୁ ଉଠାଇଥିଲେ । ଗୌରୀ ଶାହରୁଖଙ୍କୁ କିଛି ବି କହି ନଥିଲେ । ତାଙ୍କ ଭଳି ପତ୍ନୀ ପାଇ ଶାହରୁଖ ବେଶ୍ ଭାଗ୍ୟବାନ ବୋଲି ମଧ୍ୟ କୁହନ୍ତି ।

Get real time updates directly on you device, subscribe now.