fbpx

ହାତକୁ ଦି ହାତ ହେଲେ ସୋନାକ୍ଷୀ- ଜହିର, ଶତ୍ରୁଘ୍ନ କହିଲେ ମୋ ଝିଅ ଜହିର ସହ….

ଓଡିଶା ଭାସ୍କର : ବଲିଉଡ ବୁଲବୁଲ ସୋନାକ୍ଷୀ ସିହ୍ନା ନିଜ ପ୍ରେମିକ ଜହିର ଇକବାଲଙ୍କୁ ବିବାହ କରିଛନ୍ତି । ସୋନାକ୍ଷୀ- ଜହିର ରେଜିଷ୍ଟର୍ଡ ମ୍ୟାରେଜ କରି ସାରିଛନ୍ତି । ଏହି ରେଜିଷ୍ଟର୍ଡ ସମୟରେ ଉଭୟ ସୋନାକ୍ଷୀ ଓ ଇକବାଲଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ଏହାସହ ତାଙ୍କର ଆତ୍ମୀୟ ବର୍ଗ ମଧ୍ୟ ସେଠାରେ ସେମାନଙ୍କୁ ଆଶୀର୍ବାଦ କରିଛନ୍ତି । ବାପା ଶତ୍ରୁଘ୍ନ ସିହ୍ନା ଏହି ସମୟରେ ବେଶ୍ ଖୁସି ନଜର ଆସୁଥିଲେ । ପରେ ସେ ଗଣମାଧ୍ୟମ ସହ ବାର୍ତ୍ତାଳାପ କରି କହିଛନ୍ତି ଯେ ସେ ଉଭୟଙ୍କୁ ସର୍ବଦା ଖୁସି ରହିବାର ଆଶୀର୍ବାଦ ପ୍ରଦାନ କରିଛନ୍ତି ।

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ତଥା ଆସନସୋଲର ଟିଏମ୍‌ସି ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ଏକମାତ୍ର ଲାଡଲି ଝିଅ ସୋନାକ୍ଷୀଙ୍କ ବାହାଘର ବହୁ ଦିନରୁ ଚର୍ଚ୍ଚାରେ ରହିଥିଲା । ରିପୋର୍ଟ ଅନୁସାରେ, ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ ପ୍ରତ୍ୟେକ ପିତା ଏହି ମୁହୂର୍ତ୍ତର ଅପେକ୍ଷାରେ ଥାଆନ୍ତି । ନିଜ ଝିଅକୁ ସେ ନିଜ ପସନ୍ଦର ମଣିଷ ସହ ବାହା କରାଇଛନ୍ତି ଓ ସେ ଖୁସି ଅଛନ୍ତି । ଭଗବାନ ସେମାନଙ୍କୁ ଖୁସିରେ ରଖନ୍ତୁ ବୋଲି ଶତ୍ରୁଘ୍ନ କାମନା କରିଛନ୍ତି । ସୋନାକ୍ଷୀ- ଜହିରଙ୍କ ଏହି ବିବାହ ରେଜିଷ୍ଟର୍ଡ ଗତକାଲି ସନ୍ଧ୍ୟାରେ ହୋଇଥିଲା । ସେମାନେ ୧୯୫୪ ମସିହାର ସ୍ୱତନ୍ତ୍ର ବିବାହ ଆଇନ ଅନୁସାରେ ବାହା ହୋଇଛନ୍ତି । ମୁମ୍ବାଇରେ ଉଭୟ ଦମ୍ପତି ଏକ ବଡ ଉତ୍ସବ ରଖିଛନ୍ତି । ଏଥିରେ ବଲିଉଡର ବଡ ବଡ ସେଲିବ୍ରିଟି ଯୋଗ ଦେବାର କାର୍ଯ୍ୟକ୍ରମ ରଖାଯାଇଛି ।

Get real time updates directly on you device, subscribe now.