fbpx

(video): ଆରେ ମୁଁ ବଞ୍ଚିଛି- ଶ୍ରେୟସ ତଲପଡେ ମିଥ୍ୟା ମୃତ୍ୟୁରେ ହେଲେ ବ୍ୟସ୍ତ, ଟ୍ରୋଲ କରି କହିଲେ – ମୁଁ ଚାହେଁନି ଆପଣଙ୍କ ସହ ଏମିତି ହେଉ…

ଓଡିଶା ଭାସ୍କର: ଅଭିନେତା ଶ୍ରେୟସ ତଲପଡେଙ୍କୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଗୁଜବ ପ୍ରଚାର ହେଉଛି । ଯାହାକୁ ନେଇ ସେ ବ୍ୟସ୍ତ ହୋଇ ପଡିଛନ୍ତି । ତାହାସହ ତାଙ୍କ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏହି ମିଥ୍ୟା ଖବରରେ । ଯେତେବେଳେ ଅଭିନେତା ଶ୍ରେୟସଙ୍କୁ ଏ ବାବଦରେ ଜଣା ପଡିଲା ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଲେମ୍ବା ପୋଷ୍ଟ କରିଛନ୍ତି । ସେ ଏହି ପୋଷ୍ଟରେ ବଞ୍ଚିଥିବା ନେଇ କହୁଛନ୍ତି । ଏହାବାଦ ତାଙ୍କୁ ପସନ୍ଦ କରୁଥିବା ତାଙ୍କ ପ୍ରଶଂସକଙ୍କୁ ଶ୍ରେୟସ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

 

View this post on Instagram

 

A post shared by Shreyas Talpade (@shreyastalpade27)

ଶ୍ରେୟସ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ସମସ୍ତଙ୍କୁ ଜଣାଇବାକୁ ଚାହାନ୍ତି ଯେ ସେ ବଞ୍ଚିଛନ୍ତି । ସେ ତାଙ୍କ ମୃତ୍ୟୁକୁ ନେଇ ହୋଇଥିବା ଗୁଜବକୁ ନେଇ ବ୍ୟସ୍ତ ହୋଇ ପଡିଥିଲେ ବୋଲି ମଧ୍ୟ ପ୍ରକାଶ କରଛନ୍ତି । ଏମିତି ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କ ଭାବାବେଗ ସହ ନ ଖେଳିବା ପାଇଁ ଶ୍ରେୟସ ଲୋକଙ୍କୁ କହିଛନ୍ତି । ତାଙ୍କୁ ପସନ୍ଦ କରୁଥିବା ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ଭ୍ରମିତ କରିବାର ଏହା ଏକ ପ୍ରୟାସ ବୋଲି ଅଭିନେତା ତଲପଡେ ଜଣାଇଛନ୍ତି । ଏହି ମଥ୍ୟା ଗୁଜବ ପରେ ତାଙ୍କର ଛୋଟ ଛୁଆ ସ୍କୁଲରୁ ଫେରି ତାଙ୍କୁ ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟ ବାବଦରେ ପଚାରୁଥିବା ମଧ୍ୟ ଶ୍ରେୟସ କହିଛନ୍ତି । ତାଙ୍କ ଛୁଆ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ବ୍ୟସ୍ତ ମଧ୍ୟ ହୋଇ ପଡିଥିବା ସେ ପ୍ରକାଶ କରଇଛନ୍ତି । ଫଳରେ ଲୋକେ ମଜାକରେ ମଧ୍ୟ ଏଭଳି ନ କରିବାକୁ ସେ ଅନୁରୋଧ କରିଛନ୍ତି ।

ପ୍ରକାଶଥାଉ ଯେ, ‘ୱେଲକମ ଟୁ ଦ ଜଙ୍ଗଲ’ ସିନେମାର ସୁଟିଂ ସମୟରେଅଭିନେତା ଶ୍ରେୟସ ତଲପଡେଙ୍କୁ ହୃତଘାତ ହୋଇଥିଲା । ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ଆଉ ଏବେ ଏହି ଅଭିନେତା ଜଣକ ସମ୍ପୂର୍ଣ୍ଣଭାବରେ ସୁସ୍ଥ ଅଛନ୍ତି । ମାତ୍ର କେତେକ ଦୁବୃର୍ତ୍ତ ଏହାକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରଚାର କରୁଛନ୍ତି ।

Get real time updates directly on you device, subscribe now.