fbpx

ଆଫଗାନିସ୍ତାନ ସଙ୍କଟ: ୨୬ରେ ସବର୍ଦଳୀୟ ବେଠୖକ ଡାକିଲେ ମୋଦି

Advertisement

ନୂଆଦିଲ୍ଲୀ: ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୨୬ ଅଗଷ୍ଟ ସକାଳେ ବସିବ ଏହି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର ପଦକ୍ଷେପ ସମ୍ପର୍କରେ ବିରୋଧୀଙ୍କୁ ଅବଗତ କରାଇବେ ବୈଦେଶିକ ମନ୍ତ୍ରୀ ।

ଜୟଶଙ୍କର ଟ୍ୱିଟ କରି କହିଛନ୍ତି, ଆଫଗାନିସ୍ତାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଦଳଗୁଡିକର ମୁଖିଆଙ୍କୁ ଅବଗତ କରାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧିକ ବିବରଣୀ ଦେବେ ବୋଲି କହିଛନ୍ତି ଜୟଶଙ୍କର । ଭାରତ ସରକାର ଆଫଗାନିସ୍ତାନରେ ବିଭିନ୍ନ ପ୍ରକଳ୍ପ ପାଇଁ ବିନିଯୋଗ କରିଥିବାରୁ ବିରୋଧୀ କ୍ରମାଗତ ଭାବରେ ପ୍ରଶ୍ନ ଉଠାଉଛନ୍ତି । ଏଭଳି ପରିସ୍ଥିତିରେ ଯେତେବେଳେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇସାରିଛି, ସେବେ ଭାରତ ସରକାରଙ୍କ ରଣନୀତି କ’ଣ ହେବ ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସର୍ବଦଳୀୟ ବୈଠକ ଡକାଯାଇଛି ।

 

Get real time updates directly on you device, subscribe now.