ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସିକ୍ରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ)ର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ମହିଳା ଦିବସରେ ମହିଳାଙ୍କ ସମେତ ପୁରୁଷ ମାନେ ମଧ୍ୟ ବିନା ଟିକେଟରେ ସ୍ମାରକୀ ସବୁକୁ ପ୍ରବେଶ କରିପାରିବେ । ଏନେଇ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।
ଗତ ୨ ବର୍ଷରେ ଏହି ସୁବିଧା କେବଳ ମହିଳାମାନଙ୍କୁ ଦିଆଯାଇଥିଲା । ଭାରତର ପ୍ରତ୍ନତାତ୍ତ୍ୱିକ ବିଭାଗ ଅନୁସାରେ ମାର୍ଚ୍ଚ ୪ ଏନେଇ ଏକ ନିର୍ଦ୍ଦେଶ ଦେଇଥିଲେ ଯେ ମହିଳା ଦିବସରେ ନିଶୁଳ୍କରେ ମହିଳାମାନେ ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀକୁ ପ୍ରବେଶ କରିପାରିବେ । ହେଲେ ସୋମବାର ଦିନ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଥିଲା ଏବଂ ଏହି ନିର୍ଦ୍ଦେଶ ଅନୁଯାୟୀ କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ନିଶୁଳ୍କରେ ପ୍ରବେଶ କରିପାରିବେ ।