fbpx

ମକ୍କା-ମଦିନା ତୀର୍ଥ ପାଇଁ କେହି ଦେଉଛି କି ଆକର୍ଷଣୀୟ ଅଫର, ଆଗେ ଏ ଖବର ପଢିନିଅନ୍ତୁ

ଭୁବନେଶ୍ୱର: ଓଡିଶା ଅର୍ଥନୈତିକ ଅପରାଧ ଶାଖା ଖୁଆଡରେ ଆନ୍ତଃରାଜ୍ୟ ଠକ । ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ତୀର୍ଥ ଭ୍ରମଣ କରାଇବାକୁ କହି ଲଗାଉଥିଲା ଚୁନା । ଏଥିରେ ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର ଆଦି ଅଞ୍ଚଳର ଲୋକ ଶିକାର । ଅଭିଯୋଗ ପରେ ଇଓଡବ୍ଲୁ ଅଭିଯୁକ୍ତ ନାବିଲ ଅବଦୁଲ ମୁବିନକୁ ମୁମ୍ବାଇର ଅନେ୍ଧରୀ ଅଞ୍ଚଳରୁ ଗିରଫ କରିବା ପରେ ରିମାଣ୍ଡରେ ଓଡିଶା ଆଣିଛି ।

ଭଦ୍ରକ ଧାମନଗରର ଖୁର୍ସିଦ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ମୁମ୍ବାଇର ଅଲ ଆଦାମ ଟୁର ଆଣ୍ଡ ଟ୍ରାଭେଲ୍ସର ମାଲିକ ଫିରଦୋସ ବି ଅବଦୁଲ ମୁବିନ ସେଖ, ତାଙ୍କ ଝିଅ ଓ ପୁଅ ନବିଲ ଅବଦୁଲ ମୁବିନ ସେଖ ତଥା ଅନ୍ୟ ଜଣେ ସହଯୋଗୀ ଖୁର୍ସିଦଙ୍କୁ ମକ୍କା, ମଦିନା ତୀର୍ଥ କରାଇବାକୁ କହିଥିଲେ । ଏଥିପାଇଁ ତାଙ୍କଠାରୁ ତୀର୍ଥ ଯାତ୍ରା ପ୍ୟାକେଜ ମୁତାବକ ୧.୨ କୋଟି ଲେଖା ଟଙ୍କା ରାଜ୍ୟର ୧୮୯ ତୀର୍ଥଯାତ୍ରୀଙ୍କଠାରୁ ୨୦୧୯-୨୦୧୩ ମଧ୍ୟରେ ନେଇଥିଲା । ଟଙ୍କା ସଂଗ୍ରହ ପରେ ଠକର ଆଉ ପତ୍ତା ମିଳିନଥିଲା ।

ଫଳରେ ୧.୨ କୋଟି ଦେଇ ମଧ୍ୟ ୧୮୯ ତୀର୍ଥଯାତ୍ରୀ ନିରାଶ ହୋଇଥିଲେ । ତାକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରୁ ତାର ଫୋନ ଅଫ ଆସିଥିଲା । ଟଙ୍କା ଦେଇଥିବା ଲୋକଙ୍କୁ ଆଉ ବୁଝିବାକୁ ରହିଲା ନାହିଁ କି ସେମାନେ ଠକାମିର ଶିକାର ହୋଇଛନ୍ତି । ଭାଗ୍ୟ ଆଦରେ ରହିବା ବେଳେ ୨୦୨୩ରେ ପୁଣି ଏକ ବିଜ୍ଞାପନକୁ ଦେଖି ସେମାନେ ଠକାମିର ଶିକାର ହୋଇଥିବା ସଂସ୍ଥା ଦ୍ୱାରା ବିଜ୍ଞାପନ ବାହାରିଥିବା ଜାଣିବାକୁ ପାଇଥିଲେ । ସେମାନେ ମୁମ୍ବାଇ ଯିବାରୁ ସେମାନଙ୍କୁ ଟଙ୍କା ପଇଠ କରିବାର ନିର୍ଭର ପ୍ରତିଶ୍ରୁତି ସହ ଚେକ ଦେଇଥିଲା । କିନ୍ତୁ ବ୍ୟାଙ୍କରେ ସେହିଚେକ ବାଉନ୍ସ ହୋଇଥିଲା ।

ଯାହାକୁ ନେଇ ଇଓଡବ୍ଲୁର ଦ୍ୱାରସ୍ଥ ହୋଇଥିଲେ ଠକାମିର ଶିକାର ବ୍ୟକ୍ତି । ଇଓଡବ୍ଲୁ ତଦନ୍ତ କରିବା ପରେ ସମ୍ପକ୍ତ ବ୍ୟକ୍ତିର ଆକାଉଣ୍ଟ ସିଜ କରିବା ସହ ତାକୁ ଗିରଫ କରିଛି । ଏଥିସହ ତାର ଆକାଉଣ୍ଟରେ ପାକିସ୍ତାନର କିଛି ଲୋକଙ୍କ ନିକଟକୁ ଟଙ୍କା ପଠାଯାଇଥିବା ଜଣାପଡିଛି । ଏହା ପରେ ପୋଲିସ ସନ୍ଦେହ କରୁଛି କି, ଠକର ପାକ ଲିଙ୍କ ରହିଛି । ତେଣୁ ତାକୁ ରିମାଣ୍ଡରେ ଆଣି ତଦନ୍ତ କରୁଛି । ଖାଲି ଓଡିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟର ସଂଖ୍ୟାଲଘୁ ତୀର୍ଥ ଯାତ୍ରୀଙ୍କୁ ଏହି ଠକ, ତାର ମା, ଭଉଣୀ ଓ ଅନ୍ୟଜଣଙ୍କ ସହ ମିଶି ଲୁଟିଛି । ପୋଲିସ ସେମାନଙ୍କୁ ଧରିବାକୁ ମଧ୍ୟ ଚେଷ୍ଟା କରୁଛି ।

Get real time updates directly on you device, subscribe now.